
ବାସ୍ତବରେ
ତୁମେ ମୋର
ନା ମୁଁ ତୁମର
ଆମେ କେହି ନୁହେଁ କାହାର
ତଥାପି
ଆନ୍ଦୋଳିତ ହୁଏ ହୃଦୟ
ଗଢ଼ିବାକୁ ଉଆସ ସୁନେଲୀ ସ୍ୱପ୍ନର ,
ଆଙ୍କିବାକୁ ଇଛା ହୁଏ ତୁମ ଅସଜଡା କେଶ,
ପଢିବାକୁ ଇଚ୍ଛା ହୁଏ
ପ୍ରୀତି ଆଉ ଦୁଷ୍ଟାମୀ ର ଆଖି
ଥିଲେ ଯେତେ ତିରସ୍କାର ମନେ
ମନ କିନ୍ତୁ କହୁଥାଏ ତୁମେ ମୋ ପ୍ରେୟସୀ
ଆସିବ ଗୋ ସାଥୀ ରଙ୍ଗ ନେଇ
ଭରିଦେବ ତୁମେ ମୋ ଜୀବନ କଳସୀ।
