
ତୋ' ରୂପ ଲାବଣ୍ୟ କରିଚିଲୋ ମୁଗ୍ଧ
ପାସୋରି ପାରୁନି ମନୁ ;;
ଯେତେ ଦେଖିଲେବି ଲାଗୁଚୁ ତୁ' ନୂଆ
ମୋ' ଆଖି ପଲକରେ ତୁ !!
ତୋ' ମୁଖ ମଣ୍ଡଳେ ଚାନ୍ଦ ହସୁଛି ଲୋ '
ଓଠରୁ ଝରୁଚି ମହୁ ;
ଗଭାରେ ଫୁଟିଚି ସଜଗୋଲାପ ଲୋ'
କଥା ତୋ'କୋଇଲି କୁହୁ !!
ତୋ'ବକ୍ଷ ଯୁଗଳ ଆହାକି ସୁନ୍ଦର
ସରଗର ପାରିଜାତ ;
ସରଗର ପରୀ ଲାଜେ ଯାଏ ମରି
ତା"ଠାରୁ ସୁନ୍ଦରୀ ସତ !!
କଥା ତୁ' କହିଲେ ଶୁଣାଯାଏ ମୋତେ
ସଙ୍ଗୀତର ସାତ ସୁର ;
ତୁଉ ଚାଲିଗଲେ ଫୁଲ ବର୍ଷା ହୁଏ
ମନ ମୋ' ହୁଏ ଅଧୀର !!
ନାସିକାରେ ତୋ'ର ତିଳ ଫୁଲ ଗୁଣା
ପାଉଚି ଲୋ' ବଡ ଶୋଭା;
ତୋ'ନୀଳ ନୟନ ଲାଗୁଚି ସୁନ୍ଦର
ଆହାକି ତୁ' ମନ ଲୋଭା !!
ଆଶା ବିଶ୍ୱାସରେ ପାଉଚି ଲୋ' ଭଲ
ଭୁଲି ତୁ' ଯିବୁନି ମୋତେ ;
ପ୍ରେମ ରାଇଜରେ ରଖିବିଲୋ' ତୋତେ
ସରାଗେ ରହିବୁ ପାଶେ !!
ସଦାନନ୍ଦ ସାହୁ
ଧୁରୁଷିଆ, ଆଠଗଡ଼, କଟକ
