ଜୀବନସାଥୀ - ରମାକାନ୍ତ ମିଶ୍ର

0

କିଏ ଆମର ଜୀବନସାଥୀ ?
ମା, ବାପା, ସ୍ତ୍ରୀ, ପୁଅ, ବୋହୂ ?
ଏ ସବୁ କଥା ଅତି ଭିନ୍ନ
ଅସଲ ସାଥି ଆମର ଦେହ ଓ ମନ
ଶରିର ଥରେ ଅଚଳ ହେଲେ
କେହି ନୁହଂତି କାହାରି ଭଲେ
ଆମେ ଆଉ ଆମ ଏ ଦେହ
ଜନ୍ମ ଠାରୁ ମୃତ୍ୟୂ ରହେ ମୋହ
ଆମ ଦେହ ପ୍ରତି ଯାହା କରୁ ଯତ୍ନ
ତାହା ଆମ କର୍ତ୍ତବ୍ୟ ଅଂତରଭୁକ୍ତ
ଯେତେ ଯତ୍ନ କରିବା ଦେହକୁ
ଦେହ ଆମ ଯତ୍ନ କରିବ ସେତିକି
ଆମେ ଯାହା ଖାଉ, ଆମେ ଯାହା ପିଂଧୁ
ଆମର ଚିଂତାକୁ କିପରି କରୁ ଦୂର
ଆମ ଶରିରକୁ କେତେ ଦେଉ ବିଶ୍ରାମ
ସବୁ ଆମ ଦେହ ଫେରାଇ ଦିଏ ଆମକୁ
ଆମର ଦେହ ହିଁ ଆମ ସ୍ଥାୟୀ ଠିକଣା
ଆମର ଦେହ ହିଁ ଏକ ମାତ୍ର ସଂବଳ
ଆମରି ଦେହ ଆମର ନିଧି
ଏହାହିଁ ଆମର ଜୀବନ ସାଥୀକୁ

ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର
ଭୂବନେଶ୍ୱର - ୭୫୧୦୨୧

Post a Comment

0Comments
Post a Comment (0)