ତୁମ ପାଇଁ ଅନୁଭୂତି - ନିବେଦିତା ପତି

0

ତୁମେ ମୋ ପ୍ରଭାତ ଗାନ,
ଦିନ ଆରମ୍ଭ ର ସମ୍ଭାଷଣ ।
ତୁମେ ବସିଛ ମୋ ମୁଗ୍ଧ ଚିତ୍ତେ,
ଆବୋରୀ ରଖିଛ ଭୀଷଣ ଭାବେ,
ଖେଳାଇ ମଧୁର ଛନ୍ଦେ......
ତୁମ ନିତ୍ୟ ବସନ୍ତ ର ପ୍ରୀତି,
ତୁମରି ଗାରିମା ମନେ ମନେ ଗୁଣି,
ହୁଏ ମୁହିଁ ପାଗଳିନୀ.....
ତୁମେ ମୋର ଲୁବ୍ଧ କାମନା,
ପ୍ରଖର ଆବେଗ ଭାବନା,
ତୁମେ କଳ୍ପନା ବାହାର ସୁଖ,
ଅରୂପେ ଢାଳିଛ ରୂପ......
ତୁମେ ଚକୋର ବଧୂର ନିଶା,
ସତେ ସ୍ୱପ୍ନିଳ ନୀରବତା.....
ତୁମେ ଦେଇଅଛ ଉପହାର,
ମୋତେ ପ୍ରୀତିର ପୀୟୂଷ ଧାର....
ତୁମେ ବକୁଳ ମଦିରା ଗନ୍ଧ,
ଭରି ଦେଇଛ ପରମାନନ୍ଦ,
ପ୍ରଣୟ ଗୀତିରେ ବିଭୋର କରିଛ,
ହୋଇଛି ମୁଁ ଆତ୍ମହରା..... ।

ନିବେଦିତା ପତି, ଢେଙ୍କାନାଳ

Post a Comment

0Comments
Post a Comment (0)