ଅନ୍ତରୀକ୍ଷର କାହାଣୀ - ଲକ୍ଷ୍ମୀନାରାୟଣ ପଟ୍ଟନାୟୟକ

0

ଅନ୍ତରୀକ୍ଷରୁ ଶୁଭୁଥିଲା
କଳ୍ପନାଙ୍କ କରୁଣ ଚିତ୍କାର,
ଶୋକାକୁଳ ହୋଇ ଉଠୁଥିଲା
ନାସାର କେନେଡି ପରିସର...
ସ୍ତବ୍ଧ ହୋଇ ଯାଇଥିଲା
ସମଗ୍ର ପୃଥିବୀ,
ମଉଳି ବି ଯାଇଥିଲା
ସକାଳ ସୂର୍ଯ୍ୟର ରକ୍ତିମ ଆଭା
ପୁଣି ବାହୁନି କାନ୍ଦୁଥିଲେ ସକଳ ତରୁ ତୃଣ...
ଇତଃସ୍ତତଃ ହୋଇ ଘୂରି ବୁଲୁଥିଲା
ଡଲାସର ଅଭିଶପ୍ତ ଆକାଶରେ
ପକ୍ଷାଘାତ ରୋଗରେ ପୀଡିତ
କଲମ୍ବିଆର କ୍ଷତାକ୍ତ ଶରୀର...

ସାଙ୍ଗରେ ଧରି ଆସୁଥିଲେ
ମୋ ପିଲାଦିନର ଇପ୍ସିତ ଜହ୍ନମାମୁଁକୁ,
କେତେ କଣ ବି ପୁଣି
ନେଇ ଆସୁଥିଲେ ଦୂର ଜହ୍ନ ରାଇଜରୁ
ମୋ ହାତେ ସମର୍ପିବାକୁ...

ହେଲେ,
ଅବତରଣର କିଛି ମୂହୁର୍ତ୍ତ ପୂର୍ବରୁ
ଅବଶ ହୋଇଯାଉଥିଲେ
କଲମ୍ବିଆର ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗ,
ଚିର ବନ୍ଦୀ ପାଲଟିଗଲେ
ଅନ୍ତରୀକ୍ଷର ଆତତାୟୀ କବଳରେ
ମହିୟସୀ ଭାରତୀୟା,
ଅବା ସ୍ଵଦେହରେ
କରୁଥିଲେ ସ୍ଵର୍ଗଯାତ୍ରା
ସାଜି ଚିର ପୂଜ୍ୟା ବନ୍ଦନୀୟା.... 

ଲକ୍ଷ୍ମୀନାରାୟଣ ପଟ୍ଟନାୟୟକ
ମଙ୍ଗଳାଯୋଡି, ଖୋରଧା, ଓଡିଶା
ଦୂରଭାଷ – ୯୮୬୧୬୧୬୧୨୬

Post a Comment

0Comments
Post a Comment (0)