ଭ୍ରମ - ରମାକାନ୍ତ ମିଶ୍ର

0

ସୂର୍ଯ୍ୟଙ୍କ ପ୍ରଖର ରଶ୍ମୀରେ
ବିସ୍ତୀର୍ଣ୍ଣ ସ୍ଥାନ ମାନଙ୍କରେ
ଦୂରରୁ ଜଳର ଭ୍ରମ ସୃଷ୍ଟି ହୁଏ
ନୀଳ ଘଞ୍ଚ ପତ୍ର ଗହଳରେ
ଶୁଆ ଟିଏ ବସି ଥିବାର
ଭ୍ରମ ସୃଷ୍ଟି ହୁଏ I

ଅନେକ ସମୟରେ, ଅନେକ କାରଣରୁ
ନିଜ ନିଜ ଭାବନା ଅନୁସାରେ
ଆମେ ନିଜ ପାଇଁ ଭ୍ରମ ସୃଷ୍ଟି କରିଥାଉ
ସନ୍ତାନ ସୃଷ୍ଟି ପରେ ତାଙ୍କୁ ଲାଳନ ପାଳନ
କରି ଆମେ ଅନେକ କିଛି ଆଶା କରିଥାଉ
କିନ୍ତୁ ବାସ୍ତବତା ହେଉଛି
କନ୍ୟା ରୂପରେ ଆମେ ମାରଣା ଗାଈଟିଏ
ଏବଂ ପୁତ୍ର ରୂପରେ ସୁଧାର ବଳଦ ଟିଏ
ସୃଷ୍ଟି କରି ଥାଉ I
ପୁତ୍ର କନ୍ୟା ଜନ୍ମ କରି ଦିବା ରାତ୍ର
ଆମେ କେବଳ ଭ୍ରମିତ ହେଉ ଥାଉ
ଯେ ଏମାନେ ହିଁ ଆମର ଭବିଷ୍ୟତର ସମ୍ବଳ I

ଭ୍ରମ ସବୁବେଳେ ଭ୍ରମ
ଭ୍ରମ ର ନାହିଁ ବାଛ ବିଚାର
ଭ୍ରମ ଜାଣେ ତାକୁ କିପରି କରା ଯିବ ଆପଣାର
ତେଣୁ ସୃଷ୍ଟି କରି ଚାଲି ଥାଏ ନିତ୍ୟ ନୂତନ ଭ୍ରମର
ଆମେ ହେଉ ଭ୍ରମ ର ଦାସ
କିଛି କାଳ ହେଉ ଆନନ୍ଦିତ
ଭ୍ରମ ଭାଙ୍ଗିଲେ ପାଉ ଦୁଃଖ
ପୁଣି ଲାଗି ଯାଉ ସନ୍ଧାନରେ
ଅନ୍ୟ କୌଣସି ଭ୍ରମର
ଯାହା ଦେବ ଆନନ୍ଦ ଆମକୁ
ଆଉ କିଛି କ୍ଷଣର
ଜୀବନଟା କଟି ଯାଏ ଚିହ୍ନିବାରେ
ଗୋଟିଏ ଭ୍ରମରୁ ଆଉ ଗୋଟିଏ ଭ୍ରମର I

ଶ୍ରୀ ରମାକାନ୍ତ ମିଶ୍ର 
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର 
ଭୂବନେଶ୍ୱର - ୭୫୧୦୨୧ 

Post a Comment

0Comments
Post a Comment (0)