
ସ୍ୱପ୍ନ ଏକ ସମ୍ଭାବନା ...
ଭଙ୍ଗା ହୃଦୟକୁ ଯୋଡିବାର,
ଏକ ସୁନ୍ଦର ବାହାନା II
ସ୍ୱପ୍ନ ଏକ ସମ୍ଭାବନା ...
ହରାଇ ଖୋଜି ପାଇବାର
ଏକ ସୁନ୍ଦର ଭାବନା II
ସ୍ୱପ୍ନ ଏକ ସମ୍ଭାବନା ...
ସୁପ୍ତ ଇଛାକୁ ଜାଗ୍ରତ କରାଇବାର
ଏକ ସୁନ୍ଦର ଯୋଜନା II
ସ୍ୱପ୍ନ ଏକ ସମ୍ଭାବନା...
ନିଜକୁ ପରିବର୍ତ୍ତନ କରିବାର
ଏକ ସ୍ୱତନ୍ତ୍ର ସାମନା II
ସ୍ୱପ୍ନ ଏକ ସମ୍ଭାବନା...
ନିଜର ଦମ୍ଭକୁ ବଜାୟ ରଖିବାର
ଏକ ସୁନ୍ଦର ଭାବନା II
ସ୍ୱପ୍ନ ଏକ ସମ୍ଭାବନା...
ପ୍ରୟାଶ କରିବାର ଏକ
ଅଦ୍ଭୁତ ପରିକଳ୍ପନା II
ସ୍ୱପ୍ନ ଏକ ସମ୍ଭାବନା...
ମରୁଭୂମିରେ ତୃଷ୍ଣା ମେଣ୍ଟାଈବାର
ଏକ ଆଶ୍ଚର୍ଯ୍ୟ ଆଶ୍ୱାସନା II
ସ୍ୱପ୍ନ ଏକ ସମ୍ଭାବନା...
ନିଜକୁ ପ୍ରମାଣ କରିବାର
ଏକ ଉଚିତ କଳ୍ପନା II
ସ୍ୱପ୍ନ ଏକ ସମ୍ଭାବନା...
ନିଜକୁ ସ୍ୱତନ୍ତ୍ର କରି ଗଢିବାର
ଏକ ସରଳ ଉପାସନା II
ସ୍ୱପ୍ନ ଏକ ସମ୍ଭାବନା...
ନିର୍ଦ୍ଦିଷ୍ଟ ପଥ ପ୍ରଦର୍ଶକ ଆଉ
ଏକ ସଫଳ ଆଲୋଚନା II
ସ୍ୱପ୍ନ ଏକ ସମ୍ଭାବନା ..
ବିଶ୍ୱାସକୁ ସୁଦୃଢ କରିବାର
ଏକ ସ୍ୱଚ୍ଛ ସଦଭାବନା II
ସ୍ୱପ୍ନ ଏକ ସମ୍ଭାବନା ..
ନିଶ୍ଚିତତାର ଆଲୋକ ଆଉ
ସମର୍ଥର ବାସ୍ନା II
ସ୍ୱପ୍ନ ଏକ ସମ୍ଭାବନା ..
ଇଶ୍ଵରଙ୍କର ଅପୂର୍ବ ସୃଷ୍ଟିର
ଏକ ଅନନ୍ୟ ରଚନା II
ସ୍ୱପ୍ନ ଏକ ସମ୍ଭାବନା ..
ଜିତିବାର ସୂଚକ ଉତ୍ସାହର ପ୍ରତୀକ
ଯହିଁ ନାହିଁ ହiରିବାର ଯାତନା II
ସସ୍ମିତା ସାହୁ, ନାଶିକ
