କାହିଁକି ଏମିତି କଲ - ପ୍ରଣତି ମହାପାତ୍ର

0

ମାଗିବା ଆଗରୁ  ଯାଚି ଦେଇଥିଲି
ସାଇତା ସମ୍ପତ୍ତି ସବୁ,
କହିବା ଆଗରୁ ବୁଝି ସାରିଥିଲି
ତୁମ ଇଛା ଯାକ ବାବୁ।
ମରଣ ମୁହଁକୁ ଘୋଷାଡି ଘୋଷାଡି
ତୁମ ପାଇଁ ଯାଇଥିଲି,
ଜୀବନ ମୋହ ତୁଛକରି ଦିନେ
 ଜଳନ୍ତା ନିଆଁକୁ ଡେଇଁଲି।
ଜନନୀ, ପିଅର,ଭ୍ରାତା ଭଗିନୀର
ସ୍ନେହ ଶ୍ରଦ୍ଧା ଭୁଲିଥିଲି,
ସବୁ ସ୍ନେହ ପ୍ରେମ ଏକାକାର କରି
ତୋ ହାତରେ ଢାଳିଥିଲି।
ସମସ୍ତଙ୍କୁ ସିନା ପର ମୁଁ କରିଲି
ତୋତେ କଲି ମୋ ନିଜର,
ଦୂରରୁ ଦୂରକୁ ସବୁ ଗଲା ପରେ
ତୁ ମୋତେ କଲୁ ହତାଦର।
ସତ କହ ସାଥି ସତ କହ,
କି ଭୁଲ ଥିଲା ମୋର।
ଆଜି କରିଦେଲୁ ସାତପର।
ଅଦେୟ ତ କିଛି ନ ଥିଲା ମୋ ପାଖେ
ଅନାବଶ୍ୟକ ପଦାର୍ଥ,
ସବୁ ନେଇ ସାରି କେମିତି କହିଲ ମୁଁ
ତୁମ ପାଇଁ ଅପଦାର୍ଥ ;

ପ୍ରଣତି ମହାପାତ୍ର
ଫକିରମୋହନ ନଗର, ବାଲେଶ୍ଵର

Post a Comment

0Comments
Post a Comment (0)