ପ୍ରେମର ଭାଷା 
ମହୁଲି ନିଶା
ନିକିମା କଲାରେ   ,
କାଲି ରାତିରେ
ପ୍ରିୟା ସାଥିରେ
ଝୁମେଇ ଦେଲାରେ |
ନିଶାତ ନିଶା
ବୟସ ନିଶା
ପାଗଳ କଲାରେ  ,
ପ୍ରଥମ ଛୁଆଁ
ଲାଗିଲା ନୂଆ 
କିମିଆ କଲାରେ  |
ତା'ମିଠା କଥା
ଲାଗିଲା ଅଠା
ପ୍ରେମିକ କଲାରେ ,
ବାହୁ ବନ୍ଧନେ
ଜଡେଇ ଧରି
ନିଜର କଲାରେ |
ପ୍ରୀତି ପସରା
ଫୁଲ ଗଜରା
ବିଛେଇ ଦେଲାରେ ,
ପ୍ରେମ ଫାସରେ
ଫସେଇ ଦେଇ
ଘାଇଲା କଲାରେ |
ଜହ୍ନ ଲୁଚିଲା
ତାରା ଲୁଚିଲା
ଅନ୍ଧାର ହେଲାରେ ,
ସେଇ ଅନ୍ଧାରେ
ସାଇତା ଧନ
କାହାର ହେଲାରେ |
ବହିଲା ବାଆ
ଖୋଜିଲା ରାହା
ବାଇଆ କଲାରେ ,
ଚାନ୍ଦିନୀ ରାତି
ଭାବ ପୀରତି
ସବୁ ସାଇଲାରେ   |
ବଢିଲା ରାତି 
ବଢ଼ିଲା ତାତି
ଜଳିଲା ଦେହରେ ,
ସୁଖ ଚନ୍ଦନ
ବହୁ ବନ୍ଧନ
ଝୁଲେ ଝୁଲଣାରେ         |
ଖସିଲା ନିଶା
ଖୋଜିଲା ଆଶା
ସକାଳ ହେଲାରେ ,
ଲାଜ ସରମ
ନିଜ  ଧରମ
ଚୁଲିକି ଗଲାରେ   |
ମନେ ପଡିଲେ
ସେଦିନ ପ୍ରୀତି 
ପାରୁନି  ଶୋଇରେ ,
ଆସନ୍ତା ଫେରି
କନକ  ଗୋରୀ
ମରୁଛି ଝୁରିରେ |

ରାହାସ କୁମାର ବେହେରା 
ବାଲ୍ୟମ୍ବା, ଢେଙ୍କାନାଳ -୭୫୯୦୧୫