ସୁରମ୍ୟ ମହଲେ ଅର୍ଦ୍ଧାଙ୍ଗିନୀ ହସେ
ପ୍ରେମ ପରଶରେ ଭିଜି ,
ଆହାକି ସଂଯୋଗ  ବିଧିବ୍ୟବସ୍ଥାର
ସଂସାର ବିଭବ ରାଜି  ! !

ପ୍ରଥା ପରମ୍ପରା  ସମ୍ପର୍କ ନିଆରା
ପ୍ରୀତି ବନ୍ଧନର ଛବି ,
ଦୁଇ  ହୃଦୟର ଅପୂର୍ବ  ମିଳନ
କରିଛି ବିଧାତା ଭାବି ! ! 

ସୁଖେଦୁଃଖେ ସାଥୀ ଅଜାଡେ଼ ପୀରତି 
ସମର୍ପଣେ ବିତେ ରାତି ,
ଆହାକି ତା'ତ୍ୟାଗ ପ୍ରାପ୍ୟ ହୁଏ ଭୋଗ
  ଅଭୁଲାଏ ପ୍ରେମ ପ୍ରୀତି  ! !

ଆଶା ଭରସାର ସିଏ ସୁତ୍ରଧାର
 ଦୁଃଖକୁ ମଣଇ ସୁଖ ,
ସଂକଟେ  ବିକଳ୍ପ  ଦେଖାଏ ସେ'  ମାର୍ଗ
ଅପସରି ଯାଏ  ଦୁଃଖ  ! !

ଧନଧାନ୍ଯେ ଲକ୍ଷ୍ମୀ ସତେ ବାଗ୍ଦେଦେବୀ
ଅଳଙ୍କାରେ ପରିପୁର୍ଣ୍ଣା ,
ସମୃଦ୍ଧିର  ଛବି  ନିରଳସେ ଆଙ୍କି
ସାଜେ ପୁଣି  ସ୍ଵୟଂପୂର୍ଣ୍ଣା ! !

ନୀଡର ଶାବକ ତା' କୃତି ସନ୍ତକ
 ସର୍ବ ଶ୍ରେଷ୍ଠ ସମର୍ପଣ ,
ହସେଏ ସଂସାର  ସ୍ଵର୍ଣ୍ଣିମ ମନ୍ଦିର
  ସବୁତ  ଅସୁଜା ଋଣ  ! !

ପ୍ରୀତି ସୁହାଗିନୀ ମନର ମାନିନୀ
ସାତ ଜନମର ସାଥୀ ,
ଭକତି ପୀରତି  ବ୍ରତଉପଚାରି
  ସାଜେ ପରା ଧର୍ମ ପତ୍ନୀ  ! !

ଦୁଇ ଦେହ ସିନା ଗୋଟିତ  ଆତ୍ମା
 ସେଥିପାଇଁ ଅର୍ଦ୍ଧାଙ୍ଗିନୀ ,
ଯଦି କେହି ଜଣେ ଆଘାତେ ବିପଦେ
  ଅନ୍ୟ ଜଣେ ପାରେ ଜାଣି ! !

ପ୍ରିୟା ଅର୍ଦ୍ଧାଙ୍ଗିନୀ  ସ୍ନେହଁର ରଙ୍କୁଣୀ
କବିତାଟି ଉପହାର ,
ସ୍ନେହଁର ସୌହାର୍ଦ୍ଧ୍ୟ ସମର୍ପଣ ମୋର
ତୁମେ ମୋ' ଲେଖନୀ ଧାର  ! !

ସଦାନନ୍ଦ ସାହୁ
ଧୁରୁଷିଆ, ଆଠଗଡ଼, କଟକ