ଦୃଶ୍ୟାନ୍ତରେ ଦେଖା ଯାଏ,
ପୁଳାଏ ପ୍ରତିଶ୍ରୁତି ର ଚିହ୍ନ.....
ନିଷ୍ଠା ଭଙ୍ଗ ନ କରି,
ଖୁସି ର ଜୀବନ ଜୀଇଁ ବାକୁ,
କୁଢ଼ କୁଢ଼ ଖୁସି ସାଉଁଟି,
ଜୀବନ ର ଅବୁଝା ପଣିଆ କୁ ବୁଝି,
ସମ୍ପର୍କ କୁ ଅତୁଟ ରଖିବାକୁ.....

ସମ୍ଭାବନା କିନ୍ତୁ ମାଡ ଖାଇ ଯାଏ,
ଅଦିନିଆ ଝଡ ର ପ୍ରକୋପ ରେ....
ଚାରିଆଡେ ଛୀନ ଭିନ ହେଇ ପଡେ,
ତଥାପି ନିଜ ଭିତରେ କି ଶାନ୍ତି !!
ଖାଲି ଆଶା ଟିକେ ସଂଚରି ଥାଏ ବୋଲି....

ପ୍ରତିଶ୍ରୁତିବଦ୍ଧତା ରେ.....
ଅପୂର୍ବ ତୃପ୍ତି.....
ଗୋପନୀୟତା ର ନିୟନ୍ତ୍ରଣ ହରେଇ,
ଛିଟିକି ପଡୁ ଥାଏ....
ଜୀଇଁବା ର ଦୁର୍ବାର କାମନା....
ସବୁ ଶେଷ ପରେ ପୁଣି ଆରମ୍ଭ,
ସେଇ ମିଥ୍ୟା ଆଶ୍ୱାସନା ରୁ....
ପୁଞ୍ଜାଏ ପ୍ରତିଶ୍ରୁତି ଚିହ୍ନ ।

ନିବେଦିତା ପତି, ଢେଙ୍କାନାଳ