ମୋହର କି ଦୋଷ ଫୁଟିବା ଆଗରୁ
ପାଦରେ ଦଳିଲ ମୋତେ
ନିଜ  କୁକର୍ମ କୁ ଲୁଚାଇବା ପାଇଁ
ନିଷ୍ଠୁର ହୋଇଲ ଏତେ । ୧

ସଜ ଫୁଲ ହୋଇ ଫୁଟି ଥାନ୍ତି ମୁହିଁ
ଧରଣି ବକ୍ଷରେ କାଲି 
ସଭିଙ୍କ ମନରେ ଦିଅନ୍ତି ଆନନ୍ଦ
ହସି ଥାନ୍ତି ଖିଲି ଖିଲି । ୨

ଦେହ ଶୋଷ ତୁମ ମେଣ୍ଟିଲା ଅବଶ୍ୟ
ହୋଇଲି ମୁଁ ସର୍ବନାଶ
ଅକାରଣେ ମୋର ପ୍ରାଣ ଚାଲିଗଲା
ତୁମେ ହେଲ ହସ ହସ । ୩

ଟିକିଏ ବି ଦୟା ନ କରି ମୋ ପାଇଁ
ଜୀବନ କଲ ମୋ ଶେଷ
ଦୁନିଆଁ ଆଗରେ ଖୁସି ହେଲ ତମେ
ଜୀବନ ହେଲା ମୋ ବିଷ । ୪

ପରକୀୟ  ପ୍ରୀତି ପାଇ ଖୁସି ହେଲ
ଭୁଲି ଗଲ ମୋର କଥା
ତୁମ ପାଇଁ ମୋର ଜୀବନ କାହିଁକି
ହୋଇଲା ଅଲୋଡା କଥା  । ୫

ଟୁକୁନା ସାହୁ 
ସାନ୍ତରା ପଲ୍ଲୀ, ଗଞ୍ଜାମ