ସ୍ମୃତିଭରା ଏଇ ୨୦୧୮
ସରି ସରି ଆଜି ଯାଉଛି
କେତେ ନୂଆ ଆଶା ଆକାଂକ୍ଷା ନେଇ
୨୦୧୯ ଆସୁଛି      ।

ସ୍ୱପ୍ନଭରା ଏଇ ୨୦୧୮
ହଜି ହଜି ଆଜି ଯାଉଛି 
ସୁଖ ସରାଗ ହସ ଆନନ୍ଦ ସାଥେ
୨୦୧୯ ଆସୁଛି          ।

ରଂଗଭରା ଏଇ ୨୦୧୮
ବିତି ବିତି ଆଜି ଯାଉଛି
ଶାନ୍ତି ଶୃଙ୍ଖଳାର ବାର୍ତ୍ତା ନେଇ ଏବେ
୨୦୧୯  ଆସୁଛି       ।

ଖୁସିଭରା ଏଇ ୨୦୧୮
ଗଢି ଗଢି ଆଜି ଯାଉଛି
ସ୍ନେହ ଡୋରେ ଆଜି ବାନ୍ଧିବାକୁ ସତେ
୨୦୧୯ ଆସୁଛି       ।

ଦୁଃଖଭରା ଏଇ ୨୦୧୮
ମରି ମରି ଆଜି ଯାଉଛି
ଦୁଃଖ,କଷ୍ଟ,ଯନ୍ତ୍ରଣା ବିନାଶ ପାଇଁ
୨୦୧୯ ଆସୁଛି       ।

ନାମ- ପ୍ରେମଶିଲା ରାଉତ
ଗ୍ରାମ- ବୃନ୍ଦାବାହାଲ, ବ୍ଲକ - ଗୋଲାମୁଣ୍ଡା, ଜିଲ୍ଲା- କଳାହାଣ୍ଡି