ସୁଖ ତୁମେ କେଉଁଠେ ମିଳୁଛ                                 
ତୁମର କିଛି ଠିକଣା ଅଛି କି
ମୋ ପାଇଁ ତୁମେ କାହିଁକି ଅଜଣା ଅଶୁଣା
କୁହ ତୁମ ଶେଷ ଠିକଣା କଣ ,
କେଉଁଠି ଖୋଜିବି ତୁମକୁ
ତୁମେ ତ ମିଳୁନା ମୋତେ
ଆଖି ପାଉନଥିବା କୋଉ ଉଚ୍ଚଘରେ ରହୁଛ କି
ନା କୋଉ ଦୋକାନ ଅଥବା  ସପିଙ୍ଗ ମଲରେ
ଯିଏ ସଫଳତାର ଶୀର୍ଷ ରେ ଅଛି ସେ ବି ଖୋଜୁଛି ତୁମକୁ
କିଛି ଲୋକ, ମୋତେ ବି ପଚାରନ୍ତି ବେଳେବେଳେ
ସୁଖ କୋଉଠି ରହେ
ମୋ ପାଖରେ ତ
ଦୁଃଖର ଠିକଣା ଅଛି ,
ଯିଏ କି ସକାଳ ସନ୍ଧ୍ୟାରେ ମୋ ସହ ଦେଖାହୁଏ
ବହୁତ ହଇରାଣ ହେଲାପରେ ଅଭିଯୋଗ କଲି
ହେଲେ କିଛି ଲାଭ ହେଲାନି
ଏବେ ତ ବୟସ ବଢି ଚାଲିଛି .
ଆଶା ଓ ଭରସା ବି ହାଲିଆ ହେଇଗଲେଣି ,
ହଁ, ମନେ ପଡିଲା ତୁମ ଛବି ତ ମୋ ପାଖେ ଅଛି
ସେଥିପାଇଁ ହାର ମାନିବାକୁ ମୁଁ ପ୍ରସ୍ତୁତ ନୁହଁ
ସୁଖର ରହସ୍ୟ କଣ ଜାଣିବାକୁ ଖୋଜିଚାଲିଥିବି,
ପିଲାଦିନେ ମୋ ପାଖରେ ଥିଲ ମୋ ସାଙ୍ଗେ ରହୁଥିଲା
ବଡହେଲା ପରେ ବହୁତ ଦୁରକୁ ଦୂରେଇଗଲା ମୋଠୁ,
ତଥାପି ମୁଁ ଆଶା ଛାଡ଼ିନି
ଖୋଜି ଚାଲିଛି ତୁମଳୁ
ଅଚାନକ ଦିନେ ଡା଼କ ଛାଡିଲ
କହିଲ ……
କାହିଁକି ଖୋଜୁଛ ଭାଇ
ମୁଁ ତ ତୁମ ସାଙ୍ଗରେ ହିଁ ଅଛି
ତୁମ ଘରେ ହିଁ ଅଛି
ତୁମ ଛୁଆ ଙ୍କ ହସରେ
ତୁମ ସ୍ତ୍ରୀଂକ ରୋଷେଇ ଶାଳରେ
ବାପା ଙ୍କ ଆଶୀର୍ବାଦରେ
ମା ର ମମତାରେ
ସବୁବେଳେ ଅଛି ତୋ ସହ
ଆଉ ଖୋଜେନି ମୋତେ
ଯେମିତି ଅଛୁ ଭଲରେ ଅଛୁ
ସନ୍ତୋଷ ରେ ରହିବା ଶିଖେ
ଯାହା ମିଳୁଛି ଆନନ୍ଦରେ ଗ୍ରହଣ କର
ଆଜି ଦିନଟି ଆତ୍ମସନ୍ତୋଷ ରେ କାଟେ
କାଲିକଥା ଭାବି ଆଜିର ଶାନ୍ତି କୁ ଛାଡେନି
ମୋତେ ଖୋଜି ଖୋଜି ଦୁଖି ହୁଅନା

ରବୀନ୍ଦ୍ର କୁମାର ବିଶ୍ୱାଳ
ଆଚାର୍ଯ୍ୟ ବିହାର, ଭୁବନେଶ୍ୱର