
ଆହା ମୋର କଳାମାଣିକ ରେ କଳାମାଣିକ
ଝୁରେ ମନ ତତେ ରାତି ଦିନ.... (ଘୋଷା)
ମୟୁର ଚନ୍ଦ୍ରିକା କିଏ ପିନ୍ଧିବ
ଲବଣି ଚୋରାଇ କିଏ ଖାଇବ
ମାଆ ମା ବୋଲି କିଏ ଡାକିବ
କଳାବଇଁଶୀଟି କିଏ ମାଗିବ
ଆଉ ବାନ୍ଧିବିନି ଫେରିଆ କାହ୍ନୁ
ଗାଳି ତତେ ଆଉ ଦେବିନି ଧନ
ଫେରିଆସ ମୋର ଗୋପରକ୍ଷକ
ତତେ ଝୁରି ମୋର ଯିବରେ ପ୍ରାଣ
ଆହା ମୋର କଳାମାଣିକ ରେ କଳାମାଣିକ
ଝୁରେ ମନ ତତେ ରାତିଦିନ....
ବୁଢ଼ାବାପା ତୋର ଖାଉନି କିଛି
ତୋ ସଂଗେ ଖାଇବ ମୋତେ କହୁଛି
ସୁବଳ ଏଠାରେ ନିତି କାନ୍ଦୁଛି
ତୋ ବାଟକୁ ରାଧା ଚାହିଁ ବସିଛି
ଦେଖାରେ ଦେଖାରେ ଦେଖା ତୋ ମୂଖ
ଚାଲିଯିବ କାହ୍ନୁ ମୋର ଜୀବନ
ଆହା ମୋର କଳାମାଣିକ ରେ କଳାମାଣିକ
ଝୁରେ ମନ ତତେ ରାତିଦିନ....
ମାନସ ରଞ୍ଜନ ପଟ୍ଟନାୟକ
ନିମବସନ୍ତ, ହରିରାଜପୁର, ଜଟଣୀ, ପୁରୀ
