ହେ ବାବା ସ୍ଵପ୍ନେଶ୍ଵର - ଜିତେନ୍ଦ୍ର ସାହୁ

0

ବାବା ଆଶୁତୋଷ ହୁଅ ପ୍ରଭୁ ତୋଷ
   ଭକତର ଡାକ ଶୁଣି,
ଭକତି ପୁଷ୍ପକୁ ଭକତ ବାଢିଛି
   ମନକଥା ତୁମ ଜାଣି,,।।
ବିରାଜିଛ ତୁମେ କ୍ଷେତ ମାଳ ମଧ୍ୟେ
  ସ୍ଵପ୍ନେଶ୍ଵର ବାବା ହୋଇ,
ତୁମରି କରୁଣା ଢାଳିଦିଅ ପ୍ରଭୁ
  ଗାଆଁର କଲ୍ୟାଣ ପାଇଁ,,।।
ଗୋଟି ଗୋଟି କରି ଶହେ ଆଠ ଭରି
   ଆଣିଛୁ ବେଲ ପତର,
ଅକୁହା ଦୁଃଖକୁ ଲେଖିଛୁ ତହିଁରେ
   ହେ ବାବା "ସ୍ଵପ୍ନେଶ୍ଵର" ।।
ଆଖିର ଲୁହରେ ଧୋଇ ଚଢାଉଛୁ
   ପ୍ରଭୁ ହେ ହୋଇବ ସାହା,
ତୁମରି କୃପାକୁ ଲଭିଲେ ସଭିଏଁ
   ହସିବ ଆମରି ଗାଆଁ,,।।

ଜିତେନ୍ଦ୍ର ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)