
ତୁ ନୁହଁ ମୋ ଅଭାବର ଆବଶ୍ୟକତା,
କେମିତି ଶିଥିଳ ପଡିବ ମୋ ମନ ଓ
ସ୍ଥାଣୁ ହେବ ମୋ ଶରୀର?
ତୋ ସ୍ଥିତି ଅବା ଅନୁପସ୍ଥିତି
ମୋ ପାଇଁ ଅଭିନ୍ନ
ଓ ମୋ ପାଇଁ ଏକମାତ୍ର ସତ୍ୟ
ମୋ ପ୍ରାଣଭରି ଭଲ ପାଇବା
ଏକ ନିବିଡ ଓ ବିରାଟ ଅତୁଟ ସମ୍ପର୍କ l
ତୁ ତ ମୋର ଚିର ସ୍ପନ୍ଦନ,
ହୃଦୟର ନିଭୃତ ଗହନ ମଧ୍ୟେ
ଆଦି ଠୁ ଅନ୍ତଯାଏଁ ବସା ବାନ୍ଧିଥିବା
ଏକମାତ୍ର ମନର ମଣିଷ
ଓ ମୋ ପ୍ରାଣ ଏବଂ ମହାଶୂନ୍ୟତା I
ପୂର୍ଣ୍ଣଚନ୍ଦ୍ର ଭୂୟାଁ
