
ମଣିଷ ହଉକି ପଶୁଟିଏ ହଉ
ସଭିଙ୍କୁ ଲାଗଇ ଭୋକ,
ଅନ୍ୟର ଭୋକିଲା ପେଟକୁ ଦେଖିଲେ
ଲାଗେ ମତେ ଭାରି ଦୁଃଖ,,।।
ବଡ କୋଠାଘର ଧନ ଦଉଲତ
ନାହିଁ ମୋ ପାଖରେ କିଛି,
ତଥାପି ଅନ୍ୟର ଦୁଃଖକୁ ମୁଁ ନିଜେ
ଭଲ ଭାବରେ ବୁଝୁଛି,,।।
ଭୋକିଲା ରହିଲେ ଲାଗଇ କେମିତି
ଅନୁଭବ ମୁଁ କରିଛି,
ଦାନା ମୁଠେ ଯଦି ପେଟରେ ନ ପଡେ
କେତେଯେ କଷ୍ଟ ମିଳୁଛି,,।।
ନିଜେ ପଛକେ ମୁଁ ଭୋକରେ ରହିବି
ଅନ୍ୟକୁ ଯେ ଖୁଆଇବି,
ତାଙ୍କରି ଖୁସିକୁ ଦେଖିକି ସତରେ
ବହୁତ ଖୁସି ମୁଁ ହେବି,,।।
ମିଥୁନ୍ ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ
