
ଜ୍ୟେଷ୍ଠ ମାସ ଉଦୁଉଦିଆ ଦ୍ବି‐ପହର
ଆକାଶରେ ଭସା ଭସା ମେଘର ମହୋତ୍ସବ
ସୁନାଦେଇ ପାହାଡ ଶୀର୍ଷରେ ଚାଲିଥାଏ
ପକ୍ଷୀଙ୍କ କବିତା ଆସର ।
ବିଲକୁଲ କାବ୍ୟିକ ମନ ନେଇ
ଖଡଂଗ ନଈଧାରେ ଉପବିସ କବି ବଂଶୀଧର
ଉପଇଂଦ୍ରଙ୍କ ଭାଷାରେ...
ଜୀବନ ବଂଚିଥିଲେ କ'ଣ ନଦେଖେ ଏ ନେତ୍ର...
ବାଲିଚୁଆଁ ପାଣି ପାଇଁ ଷୋଢଶୀ ବଉଳ
ଆସେ,ବାଇଗଣୀ ରଂଗର ସାଲୱାର ପିଂଧି
ପାଣି ଭରି ଉଠିଲା ବେଳେ ଖସିପଡେ ଆଫ୍ରନ୍
ଲାଜରେ ଚମକି ପଡେ ଆଖି ।
ବେକ ତଲେ ଗୋରା ତକତକ ସୁଢଳ
ଯୁଗଳବଂଦୀ ସ୍ତନଦ୍ବୟ ଭାରି ଅପୂର୍ବ ଦିଶେ...
ଯେମିତି ସଜେଇ ହୋଇ ରହିଛଂତି
ଡଣା ଡଂଗର ଦ୍ବୟ ତା' ବକ୍ଷରେ ।
ଅସ୍ତଗାମୀ ସୂର୍ଯ୍ୟର ଲୋହିତ କିରଣ ପଡି
ହୀରା ଭଲି ଚକଚକ କରେ ତା' ଛାତି
କବି ଅନାଇ ରହଂତି ଅନାବୃତ ଶରୀର
ଅଜାଣତେ ମିଶିଯାଏ ଦୁହିଂକ ନେତ୍ର ।
ମୋନାଲିସା ହସ ହସି ସଂଖୋଳେ ଓଢଣୀ
ପକ୍ଷୀଏ ତୋଳଂତି ରାଗ ଆସିଛି ବସଂତ
ମୋ ଦେହରେ ଲଗାଏ ସପ୍ତରଂଗ
ଆଜିର ଏ ଅସ୍ତରାଗ !!
ବଂଶୀଧର ମାଝୀ
ଫଟାମୁଣ୍ତା, ଘଣ୍ଟାପଡା, ବୌଦ୍ଧ‐୭୬୨୦୧୮
ଭ୍ରାମ୍ୟଭାଷ‐୯୧୭୮୮୦୩୩୮୮
