
ମୋପରି ତୁମକୁ କୋଟିଏ ମିଳିବେ
ମୋ ପାଇଁ ଗୋଟିଏ ତୁମେ
ପ୍ରେମର ସଙ୍ଗୀତ ଗାଉଛି ଗାଇବି
ଗାଉଥିବି ତୁମନାମେ ।
ମନ ଆକାଶର ତାରା ଗହଣରେ
ତୁମେ ଗୋଟେ ରୂପା ଜହ୍ନ
ଆଉ ଫେରିବାର ବାଟ ଯମା ନାହିଁ
ହଜେଇ ଦେଇଛି ମନ ।
କେବେ ତୁମପାଇଁ ଲୁହେ ଭିଜୁଥାଏ
କେବେ ମୁଁ ହସରେ ଝୁମେ
ମୋ ପରି ତୁମକୁ କୋଟିଏ ମିଳିବେ
ମୋ ପାଇଁ ଗୋଟିଏ ତୁମେ - - - - - -
ଦିଅ ଉପହାର କିଅବା ଜହର
ଖୁସିରେ ତୁମଠୁ ନେବି
ଦେହରେ ଜୀବନ ଥିବାଯାଏ ପ୍ରିୟା
ତୁମକୁ ଭଲ ପାଇବି ।
ପ୍ରେମ ବିଶ୍ୱାସର ପ୍ରୀତି ଅମୃତକୁ
ନିତିମୋ ଅଧର ଚୁମେ
ମୋପରି ତୁମକୁ କୋଟିଏ ମିଳିବେ
ମୋ ପାଇଁ ଗୋଟିଏ ତୁମେ - - - - - -
ସିଦ୍ଧେଶ୍ଵର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋରଧା
