ରାବଣ ପୋଡି ହେଉଛି ଏଠି
ଦଶରା ଯେବେ ଆସେ
କେତେ ରାବଣ ଘୁରି ବୁଲନ୍ତି
ଆମରି ଏହି ଦେଶେ ।
କାଗଜେ କରି ପୋଡି ମାରିଲେ
ପାପ ହେବକି ଶେଷ
ମନରୁ ପୋଡି ଦେଲେସେ ଭାବ
ହେବ ପାପ ବିନାଶ ।
ରାବଣ ଠାରୁ ଆହୁରି ବେଶି
ଅଟନ୍ତି ଭୟଙ୍କର
ମନଟି ଯା'ର କାମନା ପୂର୍ଣ୍ଣ
ଖୋଜେ ନାରୀ ଶରୀର ।
ରାସ୍ତା ଘାଟରେ ବୁଲନ୍ତି ଆଜି
ରାକ୍ଷସ କାହିଁ କେତେ
ଯାହାଙ୍କ ମନ ପାପରେ ପୂର୍ଣ୍ଣ
ନୀଚ ଭାବନା ଯେତେ ।
ପାପର ଭାର ବଢ଼ି ଚାଲିଛି
ସେହି ମାନଙ୍କ ପାଇଁ
ରାବଣ ପୋଡି କରିଲେ ଯେତେ
ଦୁଃଖ ହଟିବ ନାହିଁ ।
ମନରୁ ଥରେ ପୋଡି ଦିଅନ୍ତୁ
ପାପ ଭାବନା ଯେତେ
ପାଖରେ ଆସି ବସା ବାନ୍ଧିବ
ହସ ଖୁସି ଯେ କେତେ ।
ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର, ପ୍ରୀତିପୁର, ଯାଜପୁର
0 Comments
You can write now your valuable comments here. Off-topic comments may be removed or deleted without prior notice.