କାହାଣୀ ଲେଖୁଛି
କେତେ ଯତନରେ
ରକତର କାଳି କରି
ସପନ ଦେଖୁଛି
ଅନ୍ତର ଵେଦୀରେ
ଯାତନାର ଘର କରି ।
ଲିଭେଇ ଦେଇଛି
ଆଶାର ଆଲୋକ
ଆକାଳ ଝଡ଼ ଆଗରେ
ଜୀବନ ନାଟକ
ଯଵନିକା ଆସେ
ମିଳନ ଵିଛେଦ ପରେ ।
ଚନ୍ଦ୍ରମା ହଜୁଛି
ଅମାବାସ୍ୟା ହେଲେ
ରାହୁଗ୍ରାସୀ କଲଵଲ
ନିଜ ଜ୍ୟୋତି ଥାଇ
ସୂରୁଯ ଜଗତେ
ତେଜହୀନ କିଛି କାଳ ।
ମିଳନ ବିଛେଦ
ପ୍ରକୃତି ନିୟମ
କେହି ନପାରନ୍ତି ଜାଣି
ସଂପର୍କ ଵିହୁନେ
କଷଣ ଅନେକ
ଯନ୍ତ୍ରଣା ମନରେ ଆଣି ।
କାହାକୁ କହିଵ
ନିଜର ନିଜର
ସଭିଏଁ ସ୍ଵାର୍ଥରେ ଵନ୍ଧା
ଅନ୍ଧ ରାଇଜରେ
ଦର୍ପଣ ବିକିଲେ
କେମିତି ପାଇଵ ଶୋଭା।
ନିଜର ପଣିଆ
ଘଡିଏ କେଵଳ
ଅଉ ଟିକେ ପରେ ନାହିଁ
ପାଖେ ଥିବାଲୋକ
ପଲକ ମାତ୍ରକେ
ଖୋଜିଲେ ମିଳନ୍ତି ନାହିଁ ।
ସପନ ଵିକିଵା
ନିହାତି ସହଜ
ରାତି କିନ୍ତୁ ଏଠି ଛୋଟ
କଥା ହେଉ ହେଉ
ଵେଳ ଗଡ଼ିଗଲେ
ଅରମ୍ଭ ନୂଆ ନାଟକ ।
ବାଇଆ ମନର
ଵାଇଆ ବସାକୁ
ପରତେ ଭରସା ନାହିଁ
ସ୍ନେହ ପ୍ରୀତି ନିତି
ତଉଲା ହେଉଛି
ଦରଦୀ ମନକୁ ଚାହିଁ ।
ରଙ୍ଗ ପସରାରେ
ରଙ୍ଗ ଆଉ ନାହିଁ
ଆଙ୍କିଵି ଭାଵର ଡୋରି
ଚନ୍ଦନ ର ଵାସ
ଉଡିଗଲେ ଥରେ
ଅଲୋଡା ଏ ସୁଖ ଶିରି ।
ଭାବର ବିଷୟ
କଳୁଷିତ ନିତି
ସ୍ଵର୍ଥକୁ ଆହୁଲା କରି
ମଣିଷ ଜୀବନ
 ଅଲୋଡା ଅସାର
ଆୟୁଷ ଯାଉଛି ସରି ।
ଫୁଲର ମହକ
ସକାଳ କୁ ନାହିଁ
ଝରିପଡେ ଅକାଳରେ
ଏଇତ ଜୀବନ
ହେଲା ଛାରଖାର
ଅଧାଗଢ଼ା ଦୁନିଆରେ ।

ରାହାସ କୁମାର ବେହେରା
ଵାଲ୍ୟମ୍ବା, ଭାପୁର, ଢେ଼ଙ୍କାନାଳ