(ଗାନ୍ଧୀ ଜୟନ୍ତୀ ଉପଲକ୍ଷେ କବିର ଶ୍ରଦ୍ଧାଞ୍ଜଳି)

ତୁମେ ଥିଲ ବୋଲି ଗାନ୍ଧୀ ହେ
ଭାରତେ ତ୍ରୀରଙ୍ଗା ଜୈତ୍ରୀ ଉଡଇ
ଶାନ୍ତି, ମୈତ୍ରେୟ ଲହରୀ ଖେଳଇ
ବିଶ୍ଵ ଦରବାରରେ ତୁମ ନାମ ଗୁଞ୍ଜରିତ ହୁଏ । ତୁମେ ଥିଲ ବୋଲି…।।

ତୁମେ ଥିଲ ବୋଲି ଗାନ୍ଧୀ ହେ
ସ୍ଵାଧୀନ ହୋଇଲା ଭାରତବର୍ଷ
ଲୁଚି ଯାଉଥିବା ଯେତେ ଉତ୍କର୍ଷ
ଉଜ୍ଜିବିତ ହେଲା ତୁମରି ଶାନ୍ତି ମନ୍ତ୍ର ବଳେ । ତୁମେ ଥିଲ ବୋଲି…।।

ତୁମେ ଥିଲ ବୋଲି ଗାନ୍ଧୀ ହେ
ତିନିଶ ବର୍ଷର ଗୋରା ଶାସକଙ୍କୁ
ଅନ୍ୟାୟାସେ ତାଙ୍କୁ କରିଲ ତ୍ରୀସଙ୍କୁ
ବାଟ,ଘାଟ ଭୁଲି ସହସା ଭାରତ ଛାଡ଼ିଥିଲି । ତୁମେ ଥିଲ ବୋଲି…।।

ତୁମେ ଥିଲ ବୋଲି ଗାନ୍ଧୀ ହେ
ଇଂରେଜ ବିରୁଦ୍ଧେ ଅହିଂସା ଅସ୍ତ୍ର
ବୁଦ୍ଧ ଦେବ ଙ୍କର ବାଣୀ ପ୍ରଚାରିତ
କରି,ମହୀୟାନ ହୋଇଗଲ ତୁମେ ବିଶ୍ଵ ରେ । ତୁମେ ଥିଲ ବୋଲି…।।

ତୁମେ ଥିଲ ବୋଲି ଗାନ୍ଧୀ ହେ
ଜାତି ପ୍ରଥା କଥା ପ୍ରଚାରିତ କଲ
ବର୍ଣ୍ଣ ବୈଷମ୍ୟ ତା ହୋଇଥିଲା ଦୂର
ନିଷ୍ପେସିତ ପ୍ରାଣ ଉତ୍ଫୂଲ୍ଲିତ ହେଲା ଅବହେଳେ । ତୁମେ ଥିଲ ବୋଲି…।।

ତୁମେ ଥିଲ ବୋଲି ଗାନ୍ଧୀ ହେ
କୁଟି ଖାଅ ଆଊ କାଟି ପିନ୍ଧ ବୋଲି
ବତାଇଲ ଦେଶ ସାରା ବୁଲି ବୁଲି
ବସ୍ତ୍ର ପିନ୍ଧିଲ ଦେଶି କଟା ସୁତା ଖଦଡ଼ ରେ । ତୁମେ ଥିଲ ବୋଲି…।।

ତୁମେ ଥିଲ ବୋଲି ଗାନ୍ଧୀ ହେ
ରାମ ନାମ ଜପି ଦୁନିଆଁ କୁ
ସତ୍ୟ,ଧର୍ମ ପଥେ ଚାଲିବାକୁ
ଶିଖାଇ ସଭିଏଁ ଏକଜୁଟ କଲ ବୁଦ୍ଧି ବଳେ । ତୁମେ ଥିଲ ବୋଲି…।।

ତୁମେ ଥିଲ ବୋଲି ଗାନ୍ଧୀ ହେ
ଆଜିର ମଣିଷ ଶାନ୍ତି ର ବାରତା
ଅକାଳେ ସକାଳେ କରେ କେବେ ଚିନ୍ତା
ଅନେକ ମିଛରେ ସତକଥା କୁହେ ବେଳେ ବେଳେ । ତୁମେ ଥିଲ ବୋଲି…।।

ତୁମେ ଥିଲ ବୋଲି ଗାନ୍ଧୀ ହେ
ସ୍ଵାଧୀନତା ମିଠା ଚାଖିଲା ମଣିଷ
ପରିଧୀନ ଦଳି ସ୍ଵାଧୀନ ସୂର୍ଯ୍ୟ
ମୈତ୍ରେୟ ସ୍ବର୍ଣ୍ଣାଭ ରଶ୍ମୀ ବୁଣିଲା ଭାରତରେ । ତୁମେ ଥିଲ ବୋଲି…।।

ତୁମେ ଥିଲ ବୋଲି ଗାନ୍ଧୀ ହେ
କାଳ ତମିଶ୍ରାର କଳା ବୁକୁ ଚିରି
ଜହ୍ନ ଉଇଁଲା ଜୋଛନା ବିସ୍ତାରି
ନୃତ୍ୟେ ବିଭୋର ସଭିଏଁ ସେଦିନ ରାତିଟାରେ । ତୁମେ ଥିଲ ବୋଲି…।।

ରଚନା : ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
ଠିକଣା : ମଙ୍ଗଳାଯୋଡି, ଖୋର୍ଦ୍ଧା
ବିଭାଗ :
ସମ୍ପାଦନ ତାରିଖ : Oct 05, 2019