ଗାଡି ଗାଡିଚାଲେ ଏମିତି
ରାସ୍ତା ହେଉ ପଛେ ଯେମିତି ।।

ଚାଲିବା ପାଇଁ ଶକ୍ତି ଦରକାର
ମନ ତ ଅମାପ ଶକ୍ତିର ଆଧାର ।।

କେବେ ପଥ ହେବ ଅତି ଦୁର୍ଗମ
ପୁଣି ହୋଇଥାଏ ସେ ସୁଗମ ।।

ବିପଦ କିଛି ବି ଆସୁ ମାଡି
ଚାଲୁଥିବ ସଦା ଏ ଜୀବନ ଗାଡି ।।

ଯନ୍ତ୍ରାଂଶ କିଛି ଭାଙ୍ଗିଯାଉ
ନୂଆ ନୂଆ ଯନ୍ତ୍ର ଯୋଡ଼ା ଚାଲିଥାଉ ।।

ଯେବେ ଚାଲିବନି ଏ ଗାଡି
ରହିଯିବ ସେ କେଉଁ କଣରେ ପଡି ।।

ପରେ କିଣିନେବ ସେ କବାଡିଵାଲା
ଅବା ଜାଳିଦେବ ତାକୁ କାହାର ଚେଲା ।

ରଚନା : ରାକେଶ ସାହୁ

ଠିକଣା : N/A ଫୋନ ନମ୍ବର :