ଶରତର ଶୋଭା କରେ ବିମୋହିତ
ରୂପବତୀ ଏ ଧରଣୀ
ସ୍ବାଗତ କରିବ ସିହଂବାହିନୀଙ୍କୁ
କାଶତଣ୍ଡୀରେ ରୋଷଣୀ ।

ଅଶିଣ ସଞ୍ଜର ଗୋଧୂଳି ଲଗନେ
ଜହ୍ନିଫୁଲର ମେଲଣ
ସୁନାଦେହ ମେଲି ହସେ ଖିଲିଖିଲି
ଡାକଇ ଆସ ର୍ପାବଣ ।

ବର୍ଷା ଧୋଇଦେଲା ପ୍ରକୃତିରାଣୀକୁ
ର୍ନିମଳ ଦେଖ ଧରା
ସୂରୁଜ ପକାଏ ସୁନେଲି ମୁରୁଜ
ବିଛେଇ ପଡିଛି ଖରା ।

ସବୁଜ କ୍ଷେତକୁ ସଜେଇ ରଖିଛି
ସବୁଜିମା ଲାଗେ ମହୀ
ସ୍ବାଗତେ ତୁମରି ବସୁଧା ସୁନ୍ଦରୀ
ନବପଲ୍ଲବିତ ହୋଇ ।

ପାର୍ବଣ ପରଶେ ଜଗତ ବିଭୋର
ତନୁମନେ ଶିହରଣ
ମାଆ ଅପେକ୍ଷାରେ ସର୍ବପ୍ରାଣୀ ଜନ
ବ୍ୟାକୁଳିତ ହୁଏ ପ୍ରାଣ ।

ରଚନା : ରଞ୍ଜିତା ମିଶ୍ର

ଠିକଣା : ବଇଣ୍ଡା, ଅନୁଗୁଳ ଫୋନ ନମ୍ବର :