ମୁଁ ଖୋଜୁଛି ରଜ - ସୁଧାକର ସେଠୀ

0

ମୁଁ ଖୋଜୁଛି ରଜ
ଆଜି ଆମ ଗାଁରେ।
ନା ସରାଗ ଅଛି
ଏଠି କାହା ମନରେ।
ନା ବାଜୁଛି
ଡିବି ଡିବି ନାଗରା
ନା ଶୁଭୁଛି
ସେ ବାଗୁଡି ଖେଳ ରାହା।
କେହି ଗାଉ ନାହିଁ
ଏଠି ରଜ ଦୋଳି ଗୀତ
ମୋ ଗାଁ ଲାଗୁଚି ଆଜି
ରଜରେ
ଅପରିଚିତ ଅପରିଚିତ।

ବରଗଛ ମୂଳେ ଦିଶୁନାହିଁ ଭିଡ
ତାସ, ପଶାପାଲି ,ଲୁଡୁ କଥା
ଜମା ନପଚାର
ଆସୁ ନାହାଁନ୍ତି ରଜ ଛୁଟି
ମନେଇବାକୁ ଗାଁକୁ କେହି
ସତେ ଯେମିତି ମୋ ଗାଁ
ପାଲଟିଛି ଅପନ୍ତରା ଭୂଇଁ।

ହସ ଖୁସିର ମାହୋଲ
ଏଠି ଦିଶୁ ନାହିଁ
ଗାଁରେ ଆଜି ରଜରେ
ଫିକା ଫିକା ଲାଗଇ।

ପିଲା ଦିନେ ଥିଲା
ଏହା ଇପସିତ ଦିବସ
ପନ୍ଦର ଦିନ ଆଗରୁ
ଚାଲୁ ଥିଲା ମଉଜ।
ଖରା ଛୁଟିରେ ପଡେ
ରଜ ପରବ
ବରଷା ରାଣୀ ବୁଣୁ ଥାଏ
ଆକାଶେ ମୂରୁଜ।

ଝିପି ଝିପି ବରଷାକୁ
ତୋଟା ମାଳେ ଦୋଳି
ନାନା ପିଠା ପଣା ସହ
ଆମ୍ବ ପଣସର ମେଳି।

ଗ୍ରହଣ ଲାଗିଛି
ବୋଲି ହେଉଛି ପ୍ରକାଶ
ମୋ ସରଳ ଗାଁରେ
କିଏ ଭରିଛି ବିଷ।
ମନ ଦୁଃଖେ
ଘର ଘର ସାହି ସାହି
ବୁଲି ବାହାରିଲି।

ଦେଖିଲି
ପିଲା ଠାରୁ ବୁଢା ଯାଏ
ମୋବାଇଲ ରେ ବ୍ୟସ୍ତ
ରଜ ମନାଇବାକୁ
ଆସ କହିଲେ
ମୁଁହ ଛିଞ୍ଚାଡନ୍ତି ସମସ୍ତ।

କଣ ମିଳିବ ସେ ରଜରୁ
ସମୟ ବେକାର ଯିବ
ସବୁ ଖବର ମିଳୁଛି
ମୋବାଇଲ ରୁ
ଯେତେ ବେଳେ
ଯାହା ଖୋଜିବ।

ଯୁଗ ଆଗଉଛି
ଆମେ କିଆଁ ନଆଗେଇବା
ପରୁଣା କଥା ଧରି
କାହିଁକି ବିରାଡି ବାନ୍ଧି
ଶ୍ରାଦ୍ଧ କିଆଁ କରିବା।
ଉତ୍ତର ଶୁଣି ହେଲି ଚକିତ
ପୁରୁଣା ସଂସ୍କୃତି ପରମ୍ପରା ପାଇଁ
ସମସ୍ତେ ବିମୁଖ
ଅପସଂସ୍କୃତିର ସତେ ଏତେ
ପ୍ରଭାବ ପଡିଛି
ହନୁକରଣ ମୁଖି ଦୁନିଆ ହେଉଛି।

ଆଶା ରଖି
ବିଶ୍ବାସ ଭରିଛି ମନେ
ଅପସଂସ୍କୃତିର କଳା ବାଦଲ
ହଟିବ ଦିନେ
ପୁଣି ମୋ ଗାଁ ହସିବ
ତା ସୁବାସେ ଦିଗ ଚହଟିବ।



ସୁଧାକର ସେଠୀ, ବାଲେଶ୍ବର

Post a Comment

0Comments
Post a Comment (0)