କଳାଠାକୁର ବସିଛ ମଉନରେ କାହିଁ
କରୁଣ ଚିକ୍ରାର ଆମ୍ଭ କଣ ଶୁଭୁନାହିଁ ?
କାହାକୁ ଦେଇଛ ସବୁ କିଏ ସେ ଭିକାରୀ
କାହିଁକି କରୁଛ ପ୍ରଭୁ ତୁମେ ଏହିପରି ?
କିଏ ସେ ଭୋଗ କରୁଛି ସୁଖ ପରେ ସୁଖ
କିଆଁ ଅନ୍ୟଙ୍କର ଭାଗ୍ୟେ ଦେଇଅଛ ଦୁଃଖ ।
କୀର୍ତ୍ତିମାନ୍ ବୋଲି ତୁମ୍ଭେ ବାଜୁଛି ନାଗରା
କୀର୍ତ୍ତନ କରିବି ତୁମ୍ଭ ହୋଇଲୁ ବିଚରା ।
କୁନାମ ତୁମର ହେଲେ ସହି ପାରିବୁନି
କୁଶଳେ ପ୍ରଭୁ ରଖିଲେ ହେବୁ ଚିର ଋଣୀ ।
କୂଳକିନାରା ପାଉନୁ ସଂସାର ସାଗରେ
କୂଟକୂଟିଆ ନହୋଇ ପାର କର ଭଲେ ।
କେମିତି ଦିନ କାଟୁଛୁ ଜାଣୁନାହଁ ପିତା
କେବଳ ଟିକେ ଆଶିଷ ଆମେ କରୁ ଭିକ୍ଷା ।
କୈକେଇଙ୍କ କଥା ମାନି ବାହାବାହା ନେଲ
କୈବଲ୍ୟ ଟିକିଏ ଚାହୁଁ ଦୟାକଲେ ଭଲ ।
କୋଉ ଜନମର ପାପ ଏବେ ଭୋଗୁଅଛୁ
କୋଳେଇ ନିଅହେ ପ୍ରଭୁ ଗୁହାରୀ କରୁଛୁ ।
କୈାତୁକିଆ ମୁହିଁ ଭାବେ ତୁମ୍ଭେ ଜଗନ୍ନାଥ
କୈାତୁହଳ ମୋର ଯାହା ତାକୁ କର ନାଶ ।

(ଟୀକା = କୂଟକୂଟିଆ-କପଟିଆ, କୈାତୁକିଆ-ମନୋମୁଗ୍ଧକର, କୈାତୁହଳ-ଉତ୍କଣ୍ଠା)

ଇଂ ଦୀପ୍ତି ରଂଜନ ପଣ୍ଡା
ଆଇଗିଣିଆ, ଭୁବନେଶ୍ୱର
ଦୂରଭାଷ - ୯୪୩୭୦୮୧୩୩୩