--ବୃନ୍ଦା କି ପାପା... ପ୍ଲିଜ଼..., ଥୋଡା ହେଲ୍ପ କିଜିଏ, ନର୍ସ କୋ କହକର ଡ଼କଟର କୋ ବୁଲା ଦିଜିଏ... ଲଡକୀ ନେ ବ୍ଲଡ ଭୋମିଟିଂ କରଦିଆ ହୈ... ।
ବୃନ୍ଦା ର ବାପା ଙ୍କୁ ଏତକ ଅତିକାତର କଣ୍ଠ ରେ କାନ୍ଦୁ ଥିବା ଅବସ୍ଥା ରେ କହିଲା ,ଶିଳ୍ପା । ଆଖିରୁ ଧାର ଧାର ହୋଇ ଲୁହ ବୋହି ଯାଉଥିବା ବେଳେ ଭୋ ଭୋ ହୋଇ କାନ୍ଦୁଥିଲା ସେ ।ସଙ୍ଗେ ସଙ୍ଗେ ଡାକ୍ତର ଜ୍ୟୋତିପ୍ରକାଶ ଙ୍କ ସହ ଦୁଇ ତିନି ଜଣ ନର୍ସ ଓ ଆସିଷ୍ଟାଣ୍ଟ ପହଞ୍ଚି ଗଲେ ।ଝିଅ କରିଥିବା ରକ୍ତ ବାନ୍ତି ଓ ରକ୍ତ ମଳ କୁ ପର୍ଯ୍ୟବେକ୍ଷଣ କରିବା ପରେ ଝିଅ ର ବ୍ଲଡ ସାମ୍ପୁଲ ନେବା ପାଇଁ ସଙ୍ଗେ ସଙ୍ଗେ ବ୍ୟବସ୍ଥା କଲେ ଡାକ୍ତର ।ଶିଳ୍ପା ଉଦ୍ଦେଶ୍ୟ ରେ ,"ପ୍ଲିଜ଼ ବି କୁଲ ..ଏଭରୀଥିଙ୍ଗ ବିଲ ଅଲରାଇଟ ।"କହି ବେଡ ସହ ଝିଅ ଲିଜା କୁ ସଙ୍ଗେ ସଙ୍ଗେ ଆଇ. ସି. ୟୁ କୁ ସିଫ୍ଟ କରିନେଲେ । ଗୁମୁରି ଗୁମୁରି ତାଙ୍କ ପଛେ ପଛେ ପାଞ୍ଚ ମହଲା ରୁ ତିନି ମହଲା କୁ ଲିଫ୍ଟ ସାହାଯ୍ୟ ରେ ଆସି ଆଇ. ସି .ୟୁ ସମ୍ମୁଖ ରେ ବେଟିଂ ହଲ ରେ ପ୍ରତୀକ୍ଷା କଲା । ଭଗବାନ ଙ୍କ ଉଦ୍ଦେଶ୍ୟ ରେ ବାରମ୍ବାର ମୁଣ୍ଡ କୋଡ଼ୁ କୋଡୁ ଧକେଇ ଧକେଇ କାନ୍ଦୁଥିବା ଶିଳ୍ପା କୁ ,ଲିଫ୍ଟ ଅପରେଟିଂ କରୁଥିବା ଝିଅ ଟି ସାନ୍ତ୍ୱନା ଦେଉଥାଏ --- (ହିନ୍ଦୀରେ) ...ତୁମେଯାଇ ୱାର୍ଡ ରେ ଶୋଇ ପଡ ମାଆ ,ଏଠାରେ ବସିବାକୁ ଅନୁମତି ନାହିଁ । ଝିଅ ଭଲ ହୋଇଯିବ ,ତୁମେ ଏମିତି ଅଧୈର୍ଯ୍ୟ ହୋଇ କାନ୍ଦନା ମାଆ ""। କେମିତି ଶୋଇବ ସେ ???? ଝିଅ ର ଏ ଅବସ୍ଥାରେ ତାକୁ ନିଦ ଆସିବ ???ଛାତି କରତି ହୋଉଯାଉଛି ,ମୁଣ୍ଡ ର ଦୁଇପାର୍ଶ୍ଵ ର ଶିରା ଗୁଡିକ ପ୍ରବଳ ଭାବ ରେ ଟିଣ ,ଟିଣ, କରୁଛି କିନ୍ତୁ କିଛି ପ୍ରଭାବ ପଡୁନି ତା'ଉପରେ ।
ଆଜି ହିଁ ଲିଜା ସର୍ଜରୀ ପରେ ଆଇ . ସି . ୟୁ .ରୁ ଡିଷ୍ଚାର୍ଜ ହୋଇ ୱାର୍ଡ କୁ ଆସିଥିଲା ସକାଳ ନଅ ଟା ରେ ସନ୍ଧ୍ୟା ଛଅ ଟା ରୁ ଆରମ୍ଭ ହୋଇଗଲା ରକ୍ତ ଝାଡା ଓ ରକ୍ତ ବାନ୍ତି ।ପାପ ଛୁଉଁଥିଲା ମନ କୁ....... ,କ'ଣ ହେଲା ??ଅପରେସନ ରେ କିଛି ଅସୁବିଧା ହେଇଛି ...ଏତେ ଆଶା ,ବିଶ୍ୱାସ ,ଓ ଭରସା ତୁଟିଯିବ ???କିଛି ବୁଝିପାରୁ ନ ଥିଲା ସେ ।ଓଃ ...ମୁଣ୍ଡ ଟା ଗୋଳମାଳ ହୋଇଯାଇଛି ..। କୋହ ଉଦବେଳିତ କଣ୍ଠ ରେ କାନ୍ଦି କାନ୍ଦି ଫୋନ କରିଦେଇଥିଲା ସେ ସ୍ୱାମୀ ,ଦିଅର ଓ ଭାଇ ପାଖକୁ, ଯୋଉମାନେ ଭଡା ଦିଆ ଗେଷ୍ଟହାଉସ ରେ ସାଙ୍ଗ ରେ ରହୁଥାନ୍ତି ,ସଙ୍ଗେ ସଙ୍ଗେ ଆସି ପହଞ୍ଚିଯାଇଥିଲେ ।ବୁଝେଇସୁଝେଇ ଶିଳ୍ପା କୁ ୱାର୍ଡ କୁ ନେଇଗଲେ ସେମାନେ ।ଦୁଃଶ୍ଚିନ୍ତା ରେ ମନ କୁ ଶାନ୍ତ୍ୱନା ଦେଇପାରୁ ନ ଥିଲା ଶିଳ୍ପା ।ହୁଏତ ସେମାନେ ବି ସେଇ ସ୍ଥିତି ରେ ଥାଆନ୍ତି ।ହସ୍ପିଟାଲ ର ନିୟମ ଅନୁସାରେ ୱାର୍ଡ ରେ କେବଳ ବେବି ର ଆଟେଣ୍ଡାଣ୍ଟ ହିସାବରେ କେବଳ ମାଆ କୁ ହିଁ ରହିବା ପାଇଁ ଅନୁମତି ଥିଲା ।ଅନ୍ୟମାନେ ଭିଜ଼ିଟିଂ ଆୱାର ରେ ସାକ୍ଷାତ କରିପାରିବେ ।ତେଣୁ ଉପାୟ ଶୁନ୍ୟ ହୋଇ ସେମାନେ ପୁଣି ଗେଷ୍ଟହାଉସ କୁ ଫେରିଯାଇଥାନ୍ତି ।ସେମିତି ଚେୟାର ଉପରେ ବସି ବସି ଭୀଷଣ ଅଶ୍ୱସ୍ତି ରେ ରାତି ପୁହାଇଦେଲା ପରେ ଧୈର୍ଯ୍ୟ ଧରିବା ଟା ଅନେକ କଷ୍ଟ ହୋଇଯାଉଥାଏ ଶିଳ୍ପା ପାଇଁ ।ଥରକୁ ଥର ଘଣ୍ଟା ଆଡକୁ ନଜର ପଡୁଥାଏ ତା'ର ।କେତେବେଳେ ନଅ ଟା ହେବ ଆଉ ଲିଜା ପାଖକୁ ଛୁଟିଚାଲିବ ସେ ଆଇ .ସି .ୟୁ ଭିରରକୁ ।ଓଃ !!କି ମୁହୂର୍ତ୍ତ ! ! ! ।ଅନେକ ବେଳୁ ଆସି ଆଇ .ସି .ୟୁ ସମ୍ମୁଖ ରେ ଥିବା ହଲ ରେ ଶିଳ୍ପା ସହିତ ସମସ୍ତେ ପ୍ରତୀକ୍ଷା ରେ ବ୍ୟସ୍ତ ।ଠିକ୍ ସମୟ ରେ ପ୍ରଥମେ ଶିଳ୍ପା ଯାଇ ଦେଖିଆସିଲା ଲିଜା କୁ ।ଲିଜା ଶୋଇଥାଏ ।ତେଣୁ ତାକୁ ପାଖରୁ ଯାଇ ଦେଖିବାରେ କିଛି ପ୍ରତିବନ୍ଧକ ନ ଥିଲା ।ଚାହିଁଥିଲେ ହୁଏତ ପାଖକୁ ଯିବା ସମ୍ଭବ ହୋଇ ନ ଥାନ୍ତା ।ମାଆ କୁ ଦେଖିଲେ ପ୍ରତ୍ୟେକ ଛୁଆ କାନ୍ଦିବା ଟା ସ୍ୱାଭାବିକ ଏ ପ୍ରକାର ପରିସ୍ଥିତିରେ ।ନର୍ସ କୁ ସବୁ କଥା ଭଲ ଭାବରେ ବୁଝି ଆସିଲା ଶିଳ୍ପା ।ସାମାନ୍ୟ ଆଶ୍ୱସ୍ତ ହେଲା ,ଲିଜା ଭଲ ଅଛି ।ତିନି ଦିନ ପରେ ଡିସଚାର୍ଜ ହୋଇ ୱାର୍ଡ କୁ ଆସିବ ।ଛାତି ଟିକିଏ ଦମ୍ଭ ହେଲା ଏଥର । ଅଳ୍ପ ବୟସ୍କ ଝିଅ ମାନେ ନର୍ସ ହୋଇ ଏତେ ସୁନ୍ଦର ସେବା ଦେଇପାରୁଛନ୍ତି ଦେଖି ସେ ବହୁତ ଆଶ୍ଚର୍ଯ୍ୟ ହେବା ସହିତ ସେମାନଙ୍କ ପାଖରେ କୃତଜ୍ଞତା ଭରିଯାଉଥିଲା ମନ ରେ । ଅତି ଛୋଟ ଶିଶୁ ଠାରୁ ଆରମ୍ଭ କରି ବୟସ୍କ ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏ ହସ୍ପିଟାଲ ରେ ଏତେ ସୁନ୍ଦର ବ୍ୟବସ୍ଥା ଓ ଡାକ୍ତର ମାନେ ଯେ ଜଣେ ଜଣେ ଦ୍ଵିତୀୟ ଭଗବାନ ସେ କଥା ସେ ଅସ୍ବୀକାର କରିପାରୁ ନ ଥିଲା । ୱାର୍ଡ ଟି ଦୁଇଟି ପାର୍ଟ ରେ ବିଭକ୍ତ ହୋଇଥାଏ ଓ ପ୍ରତି ପାର୍ଟ ରେ ଦୁଇଟି ବେଡ଼ ପଡିଥାଏ । ଏଡମିଶନ ସମୟ ରେ ତା'ପାଖବେଡ ରେ କଟକ ରୁ ଆସିଥିବା ଏକ ଚାରି ମାସ ର ଶିଶୁ ର ଅପରେସନ ସରିଯାଇଥାଏ ଓ ସେ ଆଇ ସି ୟୁ କୁ ସିଫ୍ଟ ହୋଇଯାଇଥାଏ ।ତେଣୁ ସେ ଦମ୍ପତ୍ତି ଆଉ ୱାର୍ଡ ରେ ରହି ନ ପାରି ୱାର୍ଡ ତ୍ୟାଗ କରିଥାନ୍ତି ।କିନ୍ତୁ ବୃନ୍ଦା ସେଇଠି ରହିଥାଏ ଅନ୍ୟ ପାର୍ଟ ରେ ।ତା'ର ମଧ୍ୟ ପାଖ ବେଡ ଟି ଖାଲି ଥାଏ ।ବୃନ୍ଦା ର ବାପା ମାଆ ଦୁଇଜଣ କର୍ଣ୍ଣାଟକ ରାଜ୍ୟ ର ବିପିଏଲ ଶ୍ରେଣୀ ଅନ୍ତର୍ଭୁକ୍ତ ହୋଇଥିବାରୁ ସେମାନେ ଦୁଇ ଜଣ ସାରା ସେଠାରେ ରହିବାର ଅନୁମତି ପ୍ରାପ୍ତ ହୋଇଥାନ୍ତି ।ସେଥିରେ ଶିଳ୍ପା ର କିଛି ଯାଏ ଆସେ ନ ଥିଲା । ବୃନ୍ଦା ର ବାପା ସରଳ ,ଭଦ୍ର ବ୍ୟକ୍ତି ଥିଲେ । ଓଡିଆ ଭାଷା ନ ବୁଝିପାରିଲେ ମଧ୍ୟ ଭାଵ ରୁ ସେମାନେ ଭାବନା ର ଆଦାନପ୍ରଦାନ କରୁଥାନ୍ତି ଓ ଦରକାର ପଡିଲେ ହିନ୍ଦୀ ଭାଷା ର ବ୍ୟବହାର କରୁଥାନ୍ତି । ତେବେ ସେ ଥିବାରୁ ଡାକ୍ତର ଙ୍କୁ ଠିକ୍ ସମୟରେ ଖବର ଦିଆଯାଇପାରିଥିଲା ବୋଲି ସେ ତାଙ୍କୁ ଅନେକ ଧନ୍ୟବାଦ ଦେଇଛି ।ଲିଜା ଠାରୁ ଆଉ ତିନି ଚାରିମାସ ସାନ ଥିଲା ବୃନ୍ଦା ।ସେ ମଧ୍ୟ ଏଇ ହୃଦୟାଳୟ ରେ ହୃଦୟ ଯନ୍ତ ର ସର୍ଜରୀ ହୋଇ ଭଲ ଅଛି ।ବୃନ୍ଦା ର ମାଆ ,ତାକୁ ସାହସ ଦେଇ କହନ୍ତି ସର୍ଜରୀ ପରେ ଲିଜା ଠିକ୍ ରୂପେ ଆହାର ଗ୍ରହଣ କରିବ ।ସବୁ ଛୁଆ ଙ୍କ ର ସେଇୟା ହିଁ ହୋଇଛି ।ତେଣୁ ସେ ଅତ୍ୟଧିକ ଚିନ୍ତା କରିବାର କୌଣସି କାରଣ ନାହିଁ । ଶିଳ୍ପା ଆଶ୍ୱସ୍ତ ହୁଏ । ବୃନ୍ଦା କୁ ଚେକଅପ କରିବାକୁ ଆସିଥିବାର ଦେଖି ସେତେବେଳର କଥା ମନେ ପଡିଗଲା ଶିଳ୍ପା ର ।ବୃନ୍ଦା ସମ୍ବନ୍ଧ ରେ ଭଲ ମନ୍ଦ କଥା ବୁଝିବା ପରେ ସେମାନଙ୍କ ଠାରୁ ବିଦାୟ ନେଇ ଆସେ ସେ । ପୁରୁଣା ସ୍ମୃତି କୁ ଫେରିଯାଏ ଶିଳ୍ପା... ।
ଚାରିମାସ ର ଝିଅ ର ହୃଦୟ ରୋଗ ଅଛି ଜାଣିବା ପରେ ପାଦ ତଳୁ ମାଟି ଖସି ଯାଇଥିଲା ଶିଳ୍ପା ର । ବାଲେଶ୍ୱର ରେ ଅନେକ ଲୋକାଲ ଶିଶୁ ବିଶେସଂଜ୍ଞ ଙ୍କୁ ଦେଖାଇ ସାରିଲା ପରେ ଗଭୀର ଆତ୍ମ ପୀଡ଼ନ ର ସମ୍ମୁଖୀନ୍ନ ହେଲେ ଶିଳ୍ପା ଓ ସମୀର । ବନ୍ଧୁ ବୁବୁ (ଶିଶୁ ବିଶେସଂଜ୍ଞ) ଙ୍କ ଦ୍ଵାରା ପ୍ରରୋଚିତ ହୋଇ ସେ ଦୁହେଁ ଭୁବନେଶ୍ୱର ର ଆପୋଲୋ ହସ୍ପିଟାଲରେ ପହଞ୍ଚନ୍ତି । ସେଠାରେ ଡାକ୍ତର ଙ୍କୁ ଦେଖାଇ ରୋଗ ବିଷୟ ରେ ନିଶ୍ଚିତ ହୁଅନ୍ତି ।ମୁଣ୍ଡରେ ଦୁଃଶ୍ଚିନ୍ତା ବୃଦ୍ଧି ହୁଏ ।ଅନେକ ପରାମର୍ଶ ମିଳେ କିନ୍ତୁ କେଉଁଥିରେ ଶାନ୍ତି ମିଳେନାହିଁ । ଭାଇ ପ୍ରତ୍ୟେକ ମୁହୂର୍ତ୍ତରେ ଲିଜା କୁ ନେଇ ଭଲ ଡାକ୍ତର ପାଖରେ ଦେଖାଇ ଆଣିବାର ପରାମର୍ଶ ସବୁବେଳେ ଦେଉଥାନ୍ତି ।
ଏମିତି ଦିନ ବିତିଯାଉଥିଲା ବେଳେ ଶିଳ୍ପା ଭାଇ ଙ୍କର ବନ୍ଧୁ ଙ୍କ ସହିତ ସାକ୍ଷାତ ହୁଏ ।ସେ ତାଙ୍କ ଝିଅ ର ଦୁରାରୋଗ୍ୟ ହୃଦୟ ତଥା ଫୁସଫୁସ ରୋଗ ସମ୍ବନ୍ଧ ରେ ସୂଚନା ଦେଇ କିପରି ଅର୍ଥାଭାବରୁ ଠିକ୍ ସମୟରେ ସର୍ଜରୀ କରିପାରିଲେ ନାହିଁ ଏବଂ ଝିଅ ପାଇଁ ଅକ୍ଲାନ୍ତ ପରିଶ୍ରମ କରି କରି ଶେଷରେ ଚଉଦ ବର୍ଷ ରେ ସର୍ଜରୀ କଲେ ।କିନ୍ତୁ ସେଥିରେ ଅନେକ ଭୟ ,ଆଶା ,ଆଶଙ୍କା ଦେଇ ଗତି କରିବାକୁ ପଡିଥିଲା ତେଣୁ ଅଳ୍ପ ବୟସର ଶିଶୁ ର ସର୍ଜରୀ କରିଦେବା ଭଲ ବୋଲି ତାଙ୍କର ଉପଦେଶ କୁ ଗ୍ରହଣ କରନ୍ତି ଶିଳ୍ପା ଓ ସମୀର ।ଭାଇ ବହୁତ ଆଡୁ ଖବର ସଂଗ୍ରହ କରି ଭେଲୋର ସି ଏମ ସି ,ହସ୍ପିଟାଲ କୁ ନେଇଯିବା ପାଇଁ ପରାମର୍ଶ ଦେବା ସହିତ ଶିଳ୍ପା ଓ ସମୀର ଙ୍କୁ ସାଙ୍ଗରେ ନେଇ ସେଠାକୁ ଯାଆନ୍ତି । ସେଠାରେ ସମସ୍ତ ରିପୋର୍ଟ ପୂର୍ବ ରିପୋର୍ଟ ଅପେକ୍ଷା ଅଧିକ ସମସ୍ୟା ର ଉଲ୍ଲେଖ କରେ ତେଣୁସେଥିରେ ସନ୍ତୁଷ୍ଟ ନ ହୋଇ ସେମାନେ ଶ୍ରୀ ସାଇ ବାବା ଙ୍କ ହସ୍ପିଟାଲ ରେ ପୁନଃ ପରୀକ୍ଷା କରାନ୍ତି ।ତଦ୍ଦ୍ୱାରା ତାଙ୍କର ସନ୍ଦେହ ମୋଚନ ହେବା ସହିତ ଇଛା ହୁଏ ଆପୋଲୋ ହସ୍ପିଟାଲରେ ଡାକ୍ତର ଙ୍କୁ ଏସବୁ ରିପୋର୍ଟ ର ସତ୍ୟା ସତ୍ୟ କୁ ଦେଖାଇବାକୁ । ସମୀର ଙ୍କ ଇଛା ନିଜ ଇଲାକା ରେ ସର୍ଜରୀ କଲେ ବନ୍ଧୁ ମାନେ ସାହାଯ୍ୟ କରିବେ ।ତେଣୁ ସେ ପୁନଃ ଆପୋଲୋ ଯିବାକୁ ଯୋଜନା କରନ୍ତି ।କିନ୍ତୁ ସେଠାରେ ଲିଜା କୁ ଦେଖୁଥିବା ଡାକ୍ତର ସେଇ ମାସ ହିଁ ସେ ହସ୍ପିଟାଲ ତ୍ୟାଗ କରିଥିବାର ସୂଚନା ପାଆନ୍ତି ।ତାଙ୍କ ସ୍ଥାନ ରେ ଯେଉଁ ଡାକ୍ତର ଜଣକ ବଦଳ ରେ ଆସିଥିଲେ ସେ ଭେଲୋର ହସ୍ପିଟାଲରେ ରେ ଥିଲେ ଏବଂ ତାଙ୍କ ପରାମର୍ଶ ଥିଲା ଭେଲୋର ଅପେକ୍ଷା କର୍ଣ୍ଣାଟକ ରାଜ୍ୟରେ ଥିବା ହୃଦୟାଳୟ ରେ ଲିଜା ର ସର୍ଜରୀ କରିବା ସବୁଠାରୁ ଉତ୍ତମ ।କାରଣ ତାହା ଏସିଆର ବୃହତ୍ତମ ହୃଦୟାଳୟ । ତାଙ୍କ ପରାମର୍ଶ ସମୀର ଗ୍ରହଣ କରି ନିଅନ୍ତି ଓ ହୃଦୟାଳୟ ଅଭିମୁଖେ ଯାତ୍ରା ଆରମ୍ଭ ହୁଏ ।କିନ୍ତୁ ହସ୍ପିଟାଲ ତଥା ଡାକ୍ତର ସମ୍ବନ୍ଧୀୟ ମାମଲା ରେ ଅତି ଦୁର୍ବଳ ମନା ସମୀର ଙ୍କ ପାଇଁ କକାପୁଅ ଭାଇ ଯିଏ କି ଏକ ଔଷଧ କମ୍ପାନୀ ରେ କେମିଷ୍ଟ ରୂପେ କାର୍ଯ୍ୟରତ ଥାଇ କିଛିଦିନ ପାଇଁ ଛୁଟି ରେ ଥାଆନ୍ତି ଓ ଶିଳ୍ପା ର ଭାଇ ଆୟୁଷ ଡାକ୍ତର ଙ୍କୁ ,ଅନେକ ଜଟିଳ ହୃଦୟ ରୋଗ ର ସର୍ଜରୀ ପାଇଁ ସାହସ ର ଆବଶ୍ୟକତା କୁ ହୃଦୟଙ୍ଗମ କରି ସାଥୀ କରନ୍ତି । ସହୃଦୟତା ର ପରିଚୟ ଦେଇ ପୂର୍ବ ପରି ଶିଳ୍ପା ର ଭାଇ ନିଜ ଘର ଦ୍ୱାର ପରିବାର କୁ ଛାଡି ଭାଣିଜୀ ର ଆରୋଗ୍ୟ ଲାଭ ନିମନ୍ତେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବହାରିଆସନ୍ତି । ଏଠାରେ ପହଁଚିବା ପରଠାରୁ କମ ଖର୍ଚ୍ଚ ରେ ରହିବାର ବନ୍ଦୋବସ୍ତ ଠାରୁ ଆରମ୍ଭ କରି ଡାକ୍ତର ଙ୍କ ସହ ଯୋଗାଯୋଗ କରିବା ସମସ୍ତ କାମ ଭାଇ ଏମିତି ସୁଚାରୁରୂପେ କରନ୍ତି ଯେ ,ସତେ ଯେମିତି ସେ ଏ ଅଞ୍ଚଳ ସହିତ ଆଗରୁ ଖୁବ୍ ପରିଚିତ ଅଛନ୍ତି ।ଆସିଲା ପରେ ଲିଜା ର ଭୀଷଣ ଥଣ୍ଡା ବଢିଯିବା ଏବଂ ତାକୁ ଯଥା ଶୀଘ୍ର ଆରୋଗ୍ୟ କରି ସର୍ଜରୀ ନିମନ୍ତେ ଆଡ଼ମିଶନ କରିବା ପର୍ଯ୍ୟନ୍ତ ଭାଇ ଯେଉଁ କଷ୍ଟ କରିଛନ୍ତି ,ତା'ର ପ୍ରତିଦାନ ଶିଳ୍ପା ଦେଇପାରିବନି । କେତେ କ'ଣ ନ କରିଛନ୍ତି ଲିଜା ପାଇଁ ତା'ର ହିସାବ ସେ ବୋଧହୁଏ କରିପାରିବନି । ପର୍ଯ୍ୟାୟକ୍ରମେ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଲିଜା କୁ ନେଇ ଯିବାକୁ ପଡେ ହୃଦୟାଳୟ । ସେଇଥିରେ ହିଁ ବୃନ୍ଦା ସହିତ ସାକ୍ଷାତ ହୋଇଥିଲା ତା'ର ଏତେସବୁ କଥା କିଛିଦିନ ତଳେ ମୋତେ କହିଥିଲା ଶିଳ୍ପା । କେବେ କେମିତି ରାସ୍ତା ଘାଟ ,ମନ୍ଦିର ,ବଜ଼ାର ରେ ଭେଟା ଭେଟି ହୋଇଗଲେ କଥା ର ଲମ୍ବା ଲାଇନ ଲାଗିଯାଏ ।
ପ୍ରାୟ ଅଫିସ କାମ ରେ ବ୍ୟସ୍ତ ରହି ଖୁବ୍ କମ ଯୋଗାଯୋଗ ରଖିଥାଏ ସମସ୍ତଙ୍କ ସହ ।ୟା ଭିତରେ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ମୋର ଶିଳ୍ପା ସହିତ ସାକ୍ଷାତ ହୋଇ ନ ଥିଲା ।ଥରେ ଦି ଥର ଫୋନ କରିଥିଲା ଶିଳ୍ପା କିନ୍ତୁ ମୁଁ ଫୋନ ହଜିଯାଇଥିବା ରୁ କାହା ସହିତ ସମ୍ପର୍କ ରଖି ପାରି ନ ଥାଏ ।ସେଦିନ ଟ୍ରେନ ରେ ଅଚାନକ ଏମିତି ନାଟକୀୟ ଢଙ୍ଗ ରେ ଶିଳ୍ପା ସହ ଦେଖା ହୋଇଯିବ ବୋଲି ମୁଁ ଆଶା କରି ନ ଥିଲି ।କିନ୍ତୁ ଏ କଥା ସତ୍ୟ ଯେ ମୁଁ ତା ବର୍ଥ ର ସାଇଡ ସ୍ଲିପର ରେ ଥିଲି ।ମୁଁ ଖୁସିରେ ଆତ୍ମହରା ହୋଇ ଯାଉଥିଲା ବେଳେ ସେ ମୋତେ ଧରି ବୋହେ କାନ୍ଦିଲା ।ମନ ବୁଝିସାରିଲା ପରେ ଭାଇ ଆଉ ଦୁନିଆରେ ନାହାନ୍ତି ବୋଲି ଧକେଇ ଧକେଇ କହିବା ଟା ମୋତେ ଭାରି ଅବିଶ୍ୱାସ୍ୟ ଲାଗୁଥାଏ ।
-----ଲିଜା ସର୍ଜରୀ ର ଦୁଇବର୍ଷ ପରେ ହଠାତ ଦିନେ ଭୟଙ୍କର ଭାବେ ଜ୍ୱର ଆସିଲା ଭାଇ ଙ୍କୁ । ତିନି ଦିନ ବେଳକୁ ଜ୍ୱର ନ ଛାଡିବାରୁ ସେ ଡାକ୍ତର ଙ୍କ ପାଖକୁ ଯାଇଥିଲେ ଏବଂ ଔଷଧ ଖାଇଥିଲେ ।ତଥାପି ଜ୍ୱର ନ ଛାଡିବାରୁ ବିଭିନ୍ନ ଟେଷ୍ଟ କରାଇଥିଲେ ।ରିପୋର୍ଟ ଅନୁସାରେ ମଧ୍ୟ ଚିକିତ୍ସା ହୋଇଥିଲେ ।ତଥାପି ଜ୍ୱର ସମ୍ପୂର୍ଣ ନ କମିବାରୁ ସେ ଡାକ୍ତର ପରାମର୍ଶ ଅନୁସାରେ ହସ୍ପିଟାଲରେ ଆଡ଼ମିଶନ ହୋଇଥିଲେ ।ମୁଁ ବହୁତ ଵିରକ୍ତ ହୋଇଥିଲି । ଏତେ ସବୁ ହୋଇଗଲା ଅଥଚ ଗୋଟିଏ ସହରରେ ଥାଇ ବି ମୋତେ କିଛି ନ ଜଣାଇବା ଭାରି ବାଧୁଥାଏ କିନ୍ତୁ ଏବେ ତ ଆଉ କିଛି କରିବାର ନାହିଁ ,ଠିକ୍ ଅଛି ଆଗକୁ କଣ ହେବ ଦେଖାଯାଉ କହି ଚୁପ ରହିଥାଏ । କିନ୍ତୁ ,କିଡନୀ ଇନଫେକ୍ସନ ର ରିପୋର୍ଟ ଆସିବା ର ଜାଣି ଆଉ ସେଠାରେ ନ ରଖି ସଙ୍ଗେ ସଙ୍ଗେ ,ଅର୍ଦ୍ଧ ରାତ୍ରୀ ରେ ହିଁ କଟକ ନେଇ ଯାଇ ଥିଲୁ । କଟକ ମେଡିକାଲ ରେ ଦୀର୍ଘ ସତର ଦିନ ପରେ ତାଙ୍କୁ ଭେଣ୍ଟିଲେଟର ଦିଆଗଲା ।ତା'ର ତିନିଦିନ ପରେ ସେ ଆର ପାରି କୁ ଚାଲିଗଲେ । କଟକ ମେଡ଼ିକାଲ ରେ ରହିଥିବାବେଳେ ପ୍ରଥମ ଦୁଇଦିନ ରେ କେମିତି ,ଭାଇ ଅତ୍ୟଧିକ ଜ୍ୱର ରେ ପ୍ରଳାପ କରୁ ଥାନ୍ତି --"ମଧୁ ମଧୁ ଆରେ ଖାଇବାକୁ ଦିଅ ,ଭୋକ ହେଉଛି ପରା ,ତୁମେ କଣ ମୋତେ ମାରିଦେଵ ନା କ'ଣ ??ବାବା ଦେଖନ୍ତୁ ମୋତେ କେମିତି ଖାଇବାକୁ ଦେଉନାହାନ୍ତି ଖାଲି ଔଷଧ ଖୁଆଉଛନ୍ତି । ( ବାବା କିନ୍ତୁ ସେଠାରେ ନ ଥାନ୍ତି ) ଦିଅ ଦିଅ କିଛି ଖାଇବାକୁ ଦିଅ ।ଓଃ ..କି ଭୋକ ।ବାବା ଙ୍କୁ ଖାଇବାକୁ ଦେଇଛ ନା ...?ତା ହେଲେ ଦିଅ ଆମକୁ ଏକା ସାଙ୍ଗରେ ଖାଇଦେବା । "ଭାଉଜ ତାଙ୍କ ଦେହ କୁ ଓଦା ଗାମୁଛାରେ ପୋଛି ଆଣୁ ଥାଆନ୍ତି ଆଉ ବୁଝାଉ ଥାଆନ୍ତି । କେମିତି ମଧୁ ଭାଉଜ ଓ ଶିଳ୍ପା ବୁଝେଇବେ ଯେ ଡାକ୍ତର ଖାଇବାକୁ ମନା କରିଛନ୍ତି କେବଳ ତରଳ ପାନୀୟ ବ୍ୟତୀତ ।ଓଃ ....ସେ ହୃଦୟ ବିଦାରକ ଦୃଶ୍ୟ ସହି ହେଉନଥାଏ । ତା'ର ଠିକ୍ ଦୁଇଦିନ ପରେ ଭାଇ କୋମା କୁ ଚାଲିଗଲେ ।ମେଡିସିନ ଡିପାର୍ଟମେଂଟ ର ଆଇ ସି ୟୁ ରେ ଥାଇ ହଜାରେ ରକମ ଟେଷ୍ଟ ସରିଗଲା କେବଳ ଜ୍ୱର କାହିଁକି କମୁନାହିଁ ବୋଲି ।କିନ୍ତୁ ଡାକ୍ତର ଙ୍କ କହିବା ଅନୁସାରେ ତାଙ୍କ ର ସମସ୍ତ ଆଭ୍ୟନ୍ତରୀଣ ଅଙ୍ଗ ଅକାମୀ ହୋଇଯାଉଥାଏ ଧୀରେ ଧୀରେ । ତା'ର କାରଣ ସେମାନେ ପାଉନାହାନ୍ତି ,,କୌଣସି ବଦଭ୍ୟାସ ନ ଥିବା ବ୍ୟକ୍ତି ଟି ର ।ଦୁଇଜଣ ନାରୀ କେବଳ ତାଙ୍କୁ ଜଗି ରହନ୍ତି, ସ୍ତ୍ରୀ ଓ ଭଉଣୀ ।ଅନ୍ୟ ଜ୍ଞାତି ମାନେ ଜଣେ ଜଣେ ଯାଇ ଦେଖି ଆସୁଥାନ୍ତି ।
-----"ଥାଉ ,ଆଉ କହନା ସେଗୁଡା ,ଧୈର୍ଯ୍ୟ ଧରି ହେଉନି ।" ମୋ କଣ୍ଠ ରୁଦ୍ଧ ହେଉଥିଲା ଓ ମୋ ଆଖି ଦୁଇଟା ଲୁହ ରେ ଅନ୍ଧ ହୋଇଯାଉଥିଲା । ସେଇ ବାଷ୍ପରୁଦ୍ଧ କଣ୍ଠ ରେ ମୁଁ କହିଲି ,"",କିନ୍ତୁ ମୁଁ କହିବି ,ସେ ଯାହା ବି ହେଉ କିଛି ତ ବିଳମ୍ବ କରି ଅବହେଳା କରିଛ ଭାଇ ଙ୍କ ଚିକିତ୍ସା ରେ ।.....ଆରେ ପଇସା ନ ଥିଲେ କଣ ହେଲା ବନ୍ଧୁ ବାନ୍ଧବ ତ ଥିଲେ ନା ,ମାଗିଥିଲେ କଣ ଏମିତି କେହି ସାହାଯ୍ୟ କରି ନ ଥାନ୍ତେ ? ସବୁବେଳେ କ'ଣ ସ୍ୱାଭିମାନ ଟା ରଖିବା ନିହାତି ଦରକାର ???ଭାଉଜ ଙ୍କ ସାମାନ୍ୟ ଭୁଲ ପାଇଁ କେତେ ବଡ ଶାସ୍ତି ଟିଏ ମିଳିଲା ,ଦେଖିଲୁ ତ ?? ଭାଇ କାହା ପାଇଁ କଣ ନ କରିଥିଲେ କହିଲୁ ??ଆଉ କଣ ତାଙ୍କୁ ଫେରାଇ ଆଣି ହେବ ?ମୋ ମୁହଁରୁ ଅସ୍ପଷ୍ଟ ହେଉଥିଲା ଶବ୍ଦ ଗୁଡିକ .......ହଉ ଛାଡ ..ସେ କଥା ସେଇ ଗୋଟିକୁ ଶିକ୍ଷା ବୋଲି ଜାଣି ଭବିଷ୍ୟତ ପ୍ରତି ସତର୍କ ରହିବୁ । "ଛାତି ରେ ଗଦାଏ ଦୁଃଖ କୁ ଅପାଶୋରା ସ୍ମୃତି ର ଘରେ ସାଇତି ରଖି ଶିଳ୍ପା ସେମିତି ଝରକା ଦେଇ ଶୁନ୍ୟ କୁ ଅନେଇରହି କହୁଥାଏ,,
------ନା , ଅନୁ ,ଆଉ ସେ ଭୁଲ ଆଉ ହେବାର ନୁହେଁ ,ବୋଲି ତ ଭାଇ ଙ୍କ ଯିବାର ଛଅ ମାସ ପରେ ଭାଉଜ ଙ୍କୁ ଠିକ୍ ସେଇଭଳି ଜ୍ୱର ରେ ଛାନିଆ ହୋଇ, ଔଷଧ ଖାଇବା ପରେ ମଧ୍ୟ ଜ୍ୱର ନ ଛାଡିବାରୁ ସମୀର ଓ ମୁଁ ତାଙ୍କୁ କଟକ ନେଇଗଲୁ ।ଜ୍ୱର ସମ୍ପୂର୍ଣ୍ଣ ଛାଡିବାକୁ ପ୍ରାୟ ସତର କି ଅଠର ଦିନ ଲାଗିଲା ଅନୁ । ଓଃ .....କଣ ଯେ ହେଉଛି ବର୍ତ୍ତମାନ ଦୁନିଆରେ ,ଏତେ ରୋଗ ବ୍ୟାଧି ଯାହାକୁ ଡାକ୍ତର ଜାଣିପାରୁନାହାନ୍ତି ,ତେବେ କ'ଣ ହେବ ମଣିଷର ?? କେମିତି ରୋଗ କବଳରୁ ନିଜକୁ ମୁକ୍ତ ରଖି ନିରୋଗ ଓ ସୁସ୍ଥ ଜୀବନ ରକ୍ଷା କରିବ କେଜାଣି ...! ସେଇଭଗବାନ ହିଁ ଭରସା ।"କହି ଆଖି ଲୁହ କୁ ପୋଛି ପୋଛି ତା ସିଟ ରେ ବସିଲା ଶିଳ୍ପା ।
-------ହଁ, ଶିଲୁ,,,,, ସେଇ ଭଗବାନ ହିଁ ଭରସା । କିନ୍ତୁ ମଣିଷ ନିଜ କର୍ମ ଓ କର୍ତ୍ତବ୍ୟ କୁ ସୁଚାରୁ ରୂପେ କରିବା ନିହାତି ଆବଶ୍ୟକ । କେବଳ ଭାଗ୍ୟ କୁ ଭରସା କରିବା ନିର୍ବୋଧ ର କାମ ,ତା ପୁଣି ବର୍ତ୍ତମାନ ପରି ଉନ୍ନତ ଟେକ୍ନୋଲୋଜି ର ଯୁଗ ରେ । ଆଖିରେ ଆଖିଏ ଶୁନ୍ୟତା କୁ ନେଇ ମୁଁ ଆଗେଇ ଯାଉଥିଲି ଶିରିଡି ଧାମ କୁ ଯାଉଥିବା ଶିଳ୍ପା ର ବାପା,ଭାଉଜ ,ପୁତୁରା , ଝିଅ ,ଓ ସ୍ୱାମୀ ଙ୍କ ପାଖକୁ..... କି ଯେ ଶାନ୍ତ୍ୱନା ଦେବି କିଛି ଭାବି ପାରୁ ନ ଥିଲି.....।।
ସିପ୍ରା ନାମତା (ନମ୍ରତା)
ତୁଳସୀଚୌରା, ବାରିପଦା, ମୟୁରଭଞ୍ଜ
ମୋ - 8249850168
0 Comments
You can write now your valuable comments here. Off-topic comments may be removed or deleted without prior notice.