ଜୟ ମହିଷାମର୍ଦ୍ଧିନୀ ଦୂର୍ଗା - ଗଗନ ବିହାରୀ ନାୟକ

0

ଜୟ ମା' ମହିଷା ମର୍ଦ୍ଧିନୀ,
ଦୁଷ୍ଟ ସଂହାରିଣୀ ମାଆ...
ଶାରଦୀୟ ଏହି ବିଜୟ ବେଳାରେ
ହୋଇଥିଲ ତୁମେ ସାହା ।।0।।
ଉଦ୍ଧାରିଲ ଧରା କଉଣପ ନାଶି,
ବଧିଲ ଅସୁରେ ପାହିଗଲା ନିଶି ।।
ଚଣ୍ଡ ମୁଣ୍ଡକୁ ମାରିଲ  ବିହ୍ବଳେ ।
ରକ୍ତ ବୀର୍ଯ୍ଯକୁ ନାଶିଲ କୌଶଳେ।।
 ଦୁର୍ଦ୍ଧିନରେ ହେଲ ସାହା।।୧।।
ତୁମ ଆସନ୍ତାରେ ପୁଲକ ଭରିଲା
କାଶତଣ୍ଡି ଫୁଲ ବାସ ଚହଟିଲା ।।
ସରସତା ଗଲା ଭରି ଘରେ ଘରେ।
ଲାଗିଲା ଆସର ମୃଣ୍ମୟୀ ପୂଜନେ ।।
କରୁଥାଅ ବୋଲି ଦୟା ।।୨।।
ଆସ ଜଗଦମ୍ବେ ସିଂହ ବାହିନୀ
ବିରାଜିତ ହୁଅ ମା' କାତ୍ଯାୟନୀ ।।
କି ଦେବି ମାଗୋ ତୁମ ପଦ ତଳେ ।
ଭକତିର ଲୁହ ଶ୍ରୀଚରଣେ ଢାଳେ ।।
କରୁ ଥିବୁ ଦୁଃଖେ ଆହା ।।୩।।

ଗଗନ ବିହାରୀ ନାୟକ
କ୍ଵାର୍ଟର ନଂ. ୯/୧୦୮ ବିଡିଏ, କଲୋନୀ,
ଚନ୍ଦ୍ରଶେଖର ପୁର, ଭୂବନେଶ୍ଵର-୭୫୧୦୧୬

Post a Comment

0Comments
Post a Comment (0)