
ସଂସାରେ ଅଛି ଯେତେ ସବୁ ପ୍ରାଣୀ
ସଭିଙ୍କ ମୁହଁ ଧରାକୁ,
ମଣିଷ ହେଉଛି ଏମିତିକା ଜିବ
ସାଗର୍ବେ ଶିର ଉର୍ଦ୍ଧ କୁ ॥୧॥
ଗର୍ବ ଅହଙ୍କାର ଭରିକି ହୃଦୟେ
ତୁଚ୍ଛ ଭାବି ଏ ସଂସାର,
କେତେ କେତେ ପୁଣି କପଟ କରୁଛି
ବାଣ୍ଟିକି ମିଠା ଜହର ॥୨॥
ନିଜକୁ ବୋଲାଏ ଜ୍ଞାନୀ ମାନି ଗୁଣୀ
ନାହିଁ ତାର କିଛି ମୂଲ୍ୟ,
ଯେଉଁ ଜ୍ଞାନ ନୁହେଁ ଧରା ହିତ ପାଇଁ
ସିଏ କି ଜ୍ଞାନ ରେ ତୁଲ୍ୟ ॥୩॥
ଧୂଳିକଣା ପରି ମଣିଷ ଜାତି ଟା
ଆମ ଏଇ ମହୀ ପାଇଁ,
ତା ପାଇଁ ଆଜି ଧରଣୀ ମା ର
ଲୁହ ଟିକେ ଶୁଖୁ ନାହିଁ ॥୪॥
ସାଧୁ ମୁଖା ତଳେ ଅସାଧୁର ବେଶ
ବେସ ପଡୁ ଅଛି ବାରି,
ସାଧୁ ସାଧୁ କହି ଶୋଷି ସେ ଚାଲିଛି
ଅନ୍ୟ ର ତଂଟି କୁ ଚିରି ॥୫॥
ଆଜିର ମାନବ ମାନବତା ଭୁଲେ
ନିଜର ସ୍ୱାର୍ଥ ପାଇଁ,
ଏତେ ଜ୍ଞାନ ପୁଣି ଲଭିକି କି ହେବ
ଯଦି ମଣିଷ ପଣିଆ ନାହିଁ ॥୬॥
ଟଙ୍କା ଟିଏ ଦେଲେ ଗରିବ, ରୋଗୀକୁ
ସୁଖୀ ଯାଏ ରକ୍ତ ପାଏ,
ବଡ଼ ବଡ଼ ହୋଟେଲ ଟିପ ଦେବ ପାଇଁ
ଶହେ କୁ ମନ ନ ପାଏ ॥୭॥
ପୂଜା ପର୍ବ ପାଳେ ଧୁମ ଧାମ କରି
ଭକ୍ତିର ଛିଟା ଯେ ନାହିଁ,
ଆଡ଼ମ୍ବର ସିନା ଦେଖାଣିଆ ହୁଏ
ଦେବତା ସେଠି ନ ଯାଇ ॥୮॥
ଦେବ ଚାହେଁ ନାହିଁ ରାସ୍ତା ରୋକ ଆଉ
ଜୁଲମ ବଟି ର ଭୋଗ,
କୋହ ଭରା ଟିକେ ଭକ୍ତିର ଲୁହ
ତାଙ୍କ ପାଇଁ ସେଇ ସର୍ବ ॥୯॥
କେବେ ଦେଖିଛ କି ଚାନ୍ଦାଦାୟ ପିଲା
ଦେବ ସମ୍ମୁଖରେ ଉଭା,
ସିଏ ଥିବେ ଯାଇ କେଉଁ ଗଳି କାନ୍ଦେ
ବୋତଲ ସହିତ ସଭା ॥୧୦॥
ଭାରତ ନକ୍ସାରେ ଓଡ଼ିଶା ଅବସ୍ଥା
ଦରିଦ୍ର ରେଖାର ତଳେ
ଚାହିଁ କି ବସିଛେ ଉନ୍ନତି ନାହିଁ
କେଉଁଠୁ ଆସିବ ଭଲେ ॥୧୧।
କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଯାଏ
ଦୁର୍ଗା ଗଜଲକ୍ଷ୍ମୀ ମେଢେ,
ସେଇ ଅର୍ଥ ଯଦି ବିକାଶେ ସରଇ
ଉନ୍ନତି ହୋଇବ ଭଲେ ॥୧୨॥
ସବୁ ଦୋଷ ଆମେ ଠେଲି ଦେଇଥାଉ
ସରକାର ର ଶିରକୁ,
ଆମର ନାହିଁକି କିଛି ବି କର୍ତ୍ତବ୍ୟ
ଆମରି ସମାଜକୁ ॥୧୩॥
ଯେତେ ଟଙ୍କା ତୁମେ ଆଦାୟ କରୁଛ
ଭାବୁଛ ଆନନ୍ଦେ ସରେ
ପ୍ରକୃତ ଖୁସି ତ ଆସିବ ତେବେ
ସମାଜ ଆଗକୁ ଗଲେ ॥୧୪॥
ବୃଥା ସାଜସଜ୍ଜା ଚାହେଁ ନାହିଁ ସିଏ
ସଯାଓ ତାହାର ଧରା,
ଛାଏଁ ଆସି ସିଏ ଧରା ଦେବ ହାତେ
ଛୁଟିବ ଖୁସିର ଧାରା ॥୧୫॥
ଶୁଭାଶିଷ ସେଠୀ
ରାଇଗଡ଼ା, ମହାକାଳପଡ଼ା, କେନ୍ଦ୍ରାପଡା
