ଶିରୀ ଶୈଳପୁତ୍ରୀ ମାତା ସିଦ୍ଧିଦାତ୍ରୀ
ବରଦାୟୀ କାତ୍ୟାୟିନୀ
ପାପ ବିନାଶିନୀ ଶକ୍ତିସ୍ୱରୂପିଣୀ
ଜଗତ ଦୁଖଃହାରିଣୀ
ତୁମ୍ଭରି ଆଶିଷ ବଳେ
ରହିଅଛୁ ମାଗୋ ବଂଚି ବରାଭୟେ
ଏହି ମରତ ମଣ୍ଡଳେ ।।(୧)
ଶୁଭ୍ର ମେଘମାଳା ଲାଗେ ମନୋରମ
ଯେବେ ଭାସଇ ଅମ୍ବରେ
କାଶତଣ୍ଡି ଫୁଲ ଦିଶେ ଅନୁପମ
ନିତି ନଈ ପଠାପରେ
କରୁ ତୁମ୍ଭେ ଆବାହନ
ଏ ଶରତ ଲଗ୍ନେ ହୁଅ ବିରାଜିତ
ନାଶି ତିମିର-ଅଜ୍ଞାନ ।।(୨)
ମିଥ୍ୟା, ହିଂସା,ଈର୍ଷା କଳୁଷ ତମିସ୍ରା
ଗ୍ରାସିଲାଣି ଏବେ ସର୍ବେ
ସତ୍ୟ ଓ ଅହିଂସା ନିସ୍ୱାର୍ଥୀର ବାର୍ତ୍ତା
ହେଜନ୍ତିନି କେହି ଏବେ
ମା' ଗୋ ତୁମେ ଏକା ସାହା
ଫେଡ଼ି ତୁମ ନେତ୍ର କର ଦୂରୀଭୂତ
ଅଜ୍ଞତାର ମୋହମାୟା ।।(୩)
ଦେବବ୍ରତ ଜେନା, ସହକାରୀ ଶିକ୍ଷକ
ରଣସିଂହପୁର ଆଶ୍ରମ, ଭୋଗରାଇ, ବାଲେଶ୍ୱର
0 Comments
You can write now your valuable comments here. Off-topic comments may be removed or deleted without prior notice.