ଶୂନ ଗାଡି - ସୁଧାକର ସେଠୀ

0

ଶୂନ୍ୟରୁ ଆରମ୍ଭ ଶୂନ୍ୟରୁ ଶେଷ
ଏ ଶୂନଗାଡି ଥିଲା ହାତେ
ଛୋଟ ପଡୁଥିଲା ସାରା ରାସ୍ତା
ଜୀବନ ମଧୁମୟ ଥିଲା ସତେ କେତେ ।।

ତା ଠୁ ଭଲ, ତାଳସଜ ଗାଡି ନେଉଥିଲା ଭିଡି
ନହକା କୁଣି ଥିଲା ସାହାରା
ଟାୟାର ମାଡ, ଧୂଳିଧୁସର ଦାଣ୍ଡ
ସମ୍ପର୍କ ଯୋଡୁଥିଲା ନୂଆ ପୁରୁଣା ।।

କେତେ ସାଙ୍ଗସାଥି କେତେ ଯେ ମଇତ୍ର
କେତେ ଲମ୍ବାଥିଲା ସେ ଦୌଡ
କେମିତି କହିଁକି ସବୁ ବଦଳିଲା
ଜୀବନରେ ଏକି ମୋଡ ।।

ସକାଳୁ ସଞ୍ଜ ଗାଁ ଦାଣ୍ଡ ସାକ୍ଷୀ
ସାକ୍ଷୀ ଥିଲା ଖରା ବରଷା ଶୀତ
ଖାଇଵା ପୋଷାକେ ନଥିଲା ଆଦର
ସାଙ୍ଗ ସାଥି ଥିଲେ ସର୍ବସ୍ଵ ।।

ପୁଣି ଥରେ ଫେରିବାକୁ ହୁଏ ଇଛା
ବୟସ ଦେଉନି ସାଥି
ସେ ସାଙ୍ଗସାଥି କାହିଁ, କାହିଁ ପିଲାଦିନ
କାହିଁ ଜୀବନେ ଅଭୁଲା ଗୀତି ।।

ଜମନ୍ତା କେତେ, କେତେ ହୁଅନ୍ତା ମଜ୍ଜା
ପେଡେଲ ମାଡରେ ଦୁନିଆ ଯାଆନ୍ତା ଗଡି
ନାଲିନୀଳ ଛିଟ ଜାମା ପେଣ୍ଟ ସାଥେ
ମନଟା କେ ନିଅନ୍ତା ଭିଡି ।।

ଫେରନ୍ତାନି ସତେ ସେ ଦିନ ସବୁ
ମଳି ଲାଗିଥିବା ସମୟ ଦରପଣେ
ଫୁଟନ୍ତା କିଛି ଆପଣାର ଚେହେରା
ସେ ଧୂଳି ଧୂସର ଦେହେ ।।

ଆଗକୁ ବଢିବାର ନିଶା 
ପଡୁ ପୂର୍ଣ୍ଣଛେଦ 
ଗୋହିରି ବାଲି ଗଢୁ ତାଜମହଲ
ଜୁ ନଥିବ ଭାଙ୍ଗିବାକୁ କେହି
ପବନ, ପାଣି ଅଵା ସମୟର ଲୁଚକାଳି ଖେଳ ।।

ଡର ନଥିବ ତାସଘର ପରି
ଦଲକାଏ ପବନକୁ କରି ଆଶ୍ରା
ଶୁନଗାଡି ମାପିଚାଲୁ ଏମିତି
ଜୀବନର ପରିଧି, ବନୁ ସେ ବାକି ସମୟର ଭରସା ।।

ଜମ୍ବେଶ୍ଵରପୁର, ବାଲେଶ୍ଵର
ଦୂରଭାଷ - ୯୩୩୭୬୮୧୫୨୪

VOL.IX,  ISSUE.VIII,  AUGUST-2025

Published By Banamallira Mahak

Post a Comment

0Comments
Post a Comment (0)