
ମୋ ଦେଶ ଭାରତ ବୀର ପ୍ରସବିନୀ
ପୂର୍ଣ୍ୟ ତାର ବନ ଭୂଇଁ
ତା ମାଟିର ଧୂଳି ପୂର୍ଣ୍ୟ ତୀର୍ଥ ଆମ
ତୁଳନା ତାହାର ନାହିଁ ll
ତା କୋଳେ ଜନମି ଗର୍ବିତ ଆମେ
ରଖିବା ମା'ର ନାଆ
ଜାତି ଧର୍ମ ଭେଦ ସବୁ ଭୁଲି ଯିବା
ସଭିଏଁ ଆମେ ତା ଛୁଆ ll
ହିନ୍ଦୁ ମୁସଲମାନ ଜୈନ ଖ୍ରୀଷ୍ଟିୟାନ
ସଭିଏଁ ଗୋଟିଏ ଜାତି
ମା ପାଇଁ ପଣ କରିବାରେ ଆମେ
ଭରିଦେବା ମନେ ଶାନ୍ତି ll
କର୍ମ ଭୂମି ଆମ ଭାରତ ବର୍ଷ
ଜୀବନ ସାର୍ଥକ ପାଇଁ
ଆସୁ ବାଧା ବିଘ୍ନ ତିଳେ ନ ଡରିବା
ଜଗତ କଲ୍ୟାଣ ପାଇଁ ll
ଶତ୍ରୁର ରକତେ ଖେଳିବା ହୋଲି
ଦେଶ ମା ସୁରକ୍ଷା ପାଇଁ
ଶରୀରରେ ରକ୍ତ ବିଂଦୁଏକ ଥିଲେ
ଲଢ଼ିବା ତାରି ପାଇଁ ll
ଇର୍ଷା ହିଂସା କ୍ରୋଧ ଦୂରେ ଫିଙ୍ଗି ଦେବା
ପ୍ରେମର ପ୍ରଦୀପ ଜାଳି
ପ୍ରତି ହୃଦୟରେ ସ୍ନେହ ଭରି ଦେବା
ଫୁଲର ମହକ ଢାଳି ll
ଅହିଂସା ମାର୍ଗରେ ସଦା ଚାଲୁଥିବା
ବାପୁଙ୍କ ଆଦର୍ଶ ନେଇ
ଦେଶ ପ୍ରେମୀଙ୍କର ତ୍ୟାଗର ଫଳ
ଅକାରଣ ହେବ ନାହିଁ ll
-=-=-=-=-=-=-=-=-=-
ବାସନ୍ତୀ ଲତା ଜେନା
ସହକାରୀ ଶିକ୍ଷୟିତ୍ରୀ
ଗାନ୍ଧିନଗର ,
ନବରଙ୍ଗପୁର, ଓଡିଶା
ମୋ : 8658655979
Whtasapp no :
9437432921
