ଭିଜାସ୍ବପ୍ନ - ପବିତ୍ର କୁମାର ନାୟକ

0

ଦୂର ଆକାଶର ଟିକି ତାରା ଫୁଲ
     ଜୋଛନାରେ ଭିଜା ଜହ୍ନ
ଅଳସ ଆଖିରେ  ସପନର ଭିଡ଼
      ଉଦାସୀ ଉଦାସୀ ମନ....

ନାହିଁ ଆଉ ସେହି ସାଙ୍ଗ, ସାଥୀ କେହି
          ସ୍ମୃତିରେ ଜଳୁଛି ରାତି
ମନ ଅଗଣାରେ ପୀରତିର ଝଡ଼
          ଲୁହରେ ଭିଜୁଛି ଆଖି....

ଉଭେଇ ଯାଇଛି    କୁହୁଡ଼ିର ଧୂଆଁ
         ମଉଳି ଯାଇଛି ଆଶା
ପଦୁଅଁ ପତରେ ଢଳ ଢଳ ବାରି
          ତଥାପି ଜୀଇଁବା ନିଶା...
       
ନୀରବ ନିଶିରେ ସରସୀର କୂଳେ
      ଚାନ୍ଦିନୀରେ ଭିଜା ଦେହ
ଆଖି ପଲକରେ ହଜାରେ ସପନ
       ହୃଦୟେ ଅସରା କୋହ...

ସାଉଁଟୁଛି ବସି     କି ଦିବା କି ନିଶି
        ଖୋଜୁଛି ହଜିଲା ଦିନ
ଗୋଟି ଗୋଟି ସେଇ ସ୍ମୃତିର ପରସ୍ତେ 
        ଦହନ ଆଜି ଏ ମନ...

ପବିତ୍ର କୁମାର ନାୟକ
କେଲୁଆପଲ୍ଲୀ, ଗଞ୍ଜାମ

Post a Comment

0Comments
Post a Comment (0)