ତୁମେ ହିଁ ତ କରିପାର ସୁସୁପ୍ତି ର
ଅଥଳ ନିଦ୍ରା କୁ ସଚେତ
କରିପାର ଅଙ୍ଗୁଳି ରେ ଅଙ୍ଗୁଳି ମିଶାଇ
ନବୀନ ପ୍ରଭାର ଇଙ୍ଗିତ  ।।

ଅଚେତନ ମନ ର ତନ୍ଦ୍ରା କୁ
ତୁମେ ହିଁ ତ କାଟିପାର
ମୌନତା ର ଅନନ୍ତ ପ୍ରଜ୍ଞା କୁ
ତୁମେ ପରା ଧରି ରଖି ପାର ।।

ଅନ୍ତହୀନ ଅଦୃଶ୍ୟ ଘନ ତମିସ୍ରା କୁ
ତୁମେ ହିଁ ତ କାଟି ପାର
ଦିଶାହରା ଗଗନ ରେ ଧ୍ରୁବ ତାରା
ତୁମେ ହିଁ ତ ସାଜିପାର ।।

ତୁମ ପୁଣ୍ୟ ବୀର୍ଯ୍ୟ ପାତେ
ସୃଷ୍ଟି ହୁଏ ପୁତ୍ର କନ୍ୟା
ପିତୃତ୍ୱ ର ବ୍ୟୋମ ଦେଶେ
ଛୁଟେ ମମତା ର ବନ୍ୟା ।।

ସଂସାର ର ଯେତେ ଭାର
ତୁମ କାନ୍ଧ ବୋହି ନିଏ
ଟେକା ଥିଲେ ତୁମ ହାତ
ଛାତ ପରି ଲାଗୁଥାଏ ।।

ନିଜ ଉଦର  ଜ୍ବାଳା ଯେବେ
କରୁଥାଏ କଲବଲ
ହସ ତୁମେ ମମତାରେ
ପୁରାଇ ସନ୍ତାନ ଉଦର ।।

ଋଣ ,ପଛେ ହେଉ କରିବାକୁ
ସନ୍ତାନ ର ଅଭାବ ପୂରଣ କରି
ଦୁନିଆ ରେ ମଥା ଟେକି ଚାଲିବା କୁ
ଅଜସ୍ର ଦୁଃଖ ର ବୀଡା କର ପାରି ।।

ପୁତ୍ର ,ଅବା କନ୍ୟା ହେଉ କର ତୁମେ
ଯୋଗ୍ୟ ,ମଣିଷ ର ପରିଚୟ ସଦା ରହୁ,
ଗୌରବ ର କାଣି ଚାଏ ହେଉ ପଛେ
ଅଵଶୋଷ ,ଟିକିଏ ନ ରହୁ ।।
               
କେବେ ଦିଅ ନାହିଁ ଅଭିଶାପ ତୁମେ
ପୁତ୍ର କନ୍ୟା କେବେ ନ କଲେ କର୍ମ
ସୁଖ ,ଦୁଃଖ ,ଭରା ଜୀବନ ରେ କେବେ
ଭାଙ୍ଗି ପଡ ନାହିଁ ଜାଣି ,ତା' ମର୍ମ ।।

ଅନ୍ତିମ କ୍ଷଣେ ବି ଆଶା କରନାହିଁ
ସେବା ,ଯତ୍ନ କାହା ପାଖରୁ ତୁମେ
ମିଛ ନାଟକ କୁ ସତ ବୋଲି ଜାଣି
କ୍ଷମା କରିଦିଅ ସଭିଙ୍କୁ ତୁମେ ।।

ଉଦାରତା ତୁମ ଆକାଶ ଠୁଁ ବଳି
ହୃଦୟ ଅସୀମ ସାଗର ପରି
ତୁମ ଠାରୁ ବଡ ନାହିଁ କେ ସଂସାରେ
କେହି ନ ହୋଇବେ ବାପା ଙ୍କ ସରି ।।

ସିପ୍ରା ନାମତା 
ବାରିପଦା, ମୟୂରଭଞ୍ଜ
ମୋ - 8249850168