
ପହିଲି କାର୍ତ୍ତିକ ଶୀତ ସକାଳରେ ଗାଁ ମନ୍ଦିରରେ ଘଣ୍ଟ
ଗାଁ ମାଇପି ଙ୍କ ହୁଳହୁଳି ନାଦେ ଗାଁ ହୁଏ ମୁଖରିତ ।।
ତୁଳସୀ ଚଉରା ମୂଳେ କୁଟିକମ ମୁରୁଜ ର କାରୁକାର୍ଯ୍ୟ
ରାଈ,ଦାମୋଦର ନିରାଜନା ପାଇଁ ହୋଇଲାଣି କେତେ ସଜ ।।
କିଏ ସାଜିଅଛି ନନ୍ଦ ଗଉଡୁଣୀ କିଏସେ ସାଜିଛି ରାଈ
କିଏ ଗୋପୀ ସାଜି ଗୋଦହନକରେ କିଏ ମନ୍ଥୁଅଛି ଦହି ।।
ବୃଷଭାନୁ ଜେମା ନନ୍ଦପୁଅ କାହ୍ନା ପଶାଖେଳ ଗୀତ ଗାଇ
ଖେଳରେ ହାରିଲ କୃଷ୍ଣ ହେ ତୁମକୁ ବନ୍ଧା ରଖିଲେଣି ରାଈ ।।
ଧରମ ମାସରେ ପ୍ରତି ସକାଳରେ ବୃନ୍ଦାବତୀ ପୁଜା ସାରି
ସଂଜ ନହେଉଣୁ ହବିଷାର୍ଣ୍ଣ ପୁଜା କରିଥାନ୍ତି ସର୍ବେ ମିଳି ।।
ସଂଜ ହୋଇଗଲେ ଚଉରା ମୂଳରେ ଦୀପଦାନ ବେଳ ଆସେ
ଆକାଶ ଦୀପ ଯେ ଉତ୍ତୋଳିତ ହୁଏ ଏଇ ଏ ଧରମ ମାସେ ।।
କାର୍ତ୍ତିକ ମହାତ୍ମ ପୁରାଣ ପଠନ ଶ୍ରବଣେ ମିଳଇ ମୋକ୍ଷ
କହଇ ପ୍ରଫୁଲ୍ଲ ବରଷ ମଧ୍ୟରେ ମୁଖ୍ୟ ଏ କାର୍ତ୍ତିକ ମାସ ।।
କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
