ଜୟ ଗଣେଶ - ବିଶାଖା ଦେବୀ

0
ବିଘ୍ନ ବିନାଶନ ଜୟ ଗଜାନନ
ଅଗ୍ର ପୂଜ୍ୟ ଲମ୍ବୋଦର
ତୁମ ପୂଜା ଲାଗି ଚଞ୍ଚଳ ଆଜି
ଗାଁ ଗଣ୍ଡା ପଲ୍ଲୀ ପୁର
ଝଲସି ଉଠୁଛି ସହର ନଗର
ମଣ୍ଡିତ ତୋରଣ ସଜା
ଶରତ ଲଗନେ ମରତ ହସୁଛି
ବାଜେ କେତେ ରଙ୍ଗେ ବାଜା
ନୂତନ ପୋଷାକ ପରିଧାନ କରି
ବିଦ୍ୟାଳୟ ଯାନ୍ତି ପିଲା
ଭୋଜି ମହୋତ୍ସବ ଗହଳ ଚହଳ
ଆନନ୍ଦେ କରନ୍ତି ହଲା
ବିଦ୍ୟା ବୁଦ୍ଧି ଦାତା ସିଦ୍ଧ ବିନାୟକ
ଢାଳିଦେବେ ଜ୍ଞାନରାସି
ପୁଷ୍ପାଞ୍ଜଳୀ ଘେନ ହେ ସୁର ନାୟକ
ରୀଷ୍ଟ ଦୂର କର ଆସି
ତବ ଆଗମନେ ହସୁଛି ଏ ଧରା
ସ୍ନିଗ୍ଧ ସମିର ତାଳେ
ସବୁରି ପ୍ରାଣରେ ପୁଲକ ଭରଇ
ଭକ୍ତି ପ୍ରଣତୀ ଢାଳେ
ଘେନ ପ୍ରଣିପାତ ପାର୍ବତୀ ଙ୍କ ସୁତ
ଇନ୍ଦୂର ପୃଷ୍ଠରେ ବସି
କୃପା ଦୃଷ୍ଟି ଦେଇ ଏ ଜଗତ ପାଇଁ
ଦିଅଗୋ ସୁଖ ବରସି.........




ବିଶାଖା ଦେବୀ, ମଠସାହି, ସାକ୍ଷୀଗୋପାଳ

Post a Comment

0Comments
Post a Comment (0)