ତୁମେ - ସିଦ୍ଧେଶ୍ଵର ତ୍ରିପାଠୀ

0
ତୁମେ ମହକିତ ଅତି ମନୋଲୋଭା
ପ୍ରୀତିର ଚନ୍ଦନ ବନ
ମୁଁ ତ ଅର୍ଦ୍ଧ ଦଗ୍ଧ ଗୋଟେ କାଠ ଗଣ୍ଡି
ଉଆଁସ ରାତି ମୋ ମନ ।

ତୁମେ ସଭିଙ୍କର ଅତି ଆପଣାର
କେତେ ମନ କଲ ଚୋରି
ମୋ ମନକୁ ତୁମ ପାଶେ ମୁଁ ହଜାଇ
ନିତି ମରେ ଝୁରି ଝୁରି ।


ତୁମ ବିନା ଜଳି ଜଳି ବିତାଉଛି
ପ୍ରତି ରାତି ପ୍ରତି ଦିନ
ତୁମେ ମହକିତ ଅତି ମନଲୋଭା
ପ୍ରୀତିର ଚନ୍ଦନ ବନ - - - -

ତୁମେ ବାଟ ଭାଙ୍ଗି କେବେଠୁ ଗଲଣି
ତୁମ ବାଟ ଚାହିଁ ରହେ
ଆଜିବି କହୁଛି ଅଲୋଡା ଜୀବନ
ତୁମକୁ ସେ ଭଲ ପାଏ।


ସ୍ମୁଟି ପଥଧାରେ ଏବେବି ଦିଶୁଛି
ପ୍ରିୟା ତୁମ ପାଦ ଚିହ୍ନ
ତୁମେ ମହକିତ ଅତି ମନ ଲୋଭା
ପ୍ରୀତିର ଚନ୍ଦନ ବନ



କୁଣ୍ଡିଲୋ, କେରଙ୍ଗ, ଖୋରଧା,
ଦୂରଭାଷ: ୮୦୧୮୬୪୬୭୦୪

Post a Comment

0Comments
Post a Comment (0)