ସବୁଠି ତ ନିଆଁ ...
ଆଗପଛ ଚାରିପାଖ
ଦେଖିନିଅ ଅଗ୍ନି ବଳୟ !
ଛଳନାହୀନ ହୃଦୟଟା ଥିଲେ
ଶୀତଳତାର କବଚ଼ ପିନ୍ଧି
ହୋଇଥାନ୍ତା ଜଳପତି !
ପଞ୍ଚବାଣ ବିଦ୍ଧ ହୃଦୟ କି ବୁଝେ
ନିୟତିର ବଦ୍ଧାଞ୍ଜଳି ...
ଘୁରିଯାଅ କିଛି ବର୍ଷ ଏକାଏକା,
ରାସ୍ତା ଆପେଆପେ ଫିଟିଯିବ!
ଫେରିଯିବ ନା ଆଗେଇବ ?
ପାଉଁଶ ବୋଳି ହୋଇ ଶୋଇଯିବ
ନା ପାଣି ଚିକେ ଢଞାଳି
ମଥାରେ ଟୀକା ଲଗାଇବ !
ତୁମ ପାରଖୀର ଅନ୍ତ କାହିଁ ...
ଓହ୍ଲେଇବାକୁ ହେବ
ନିୟତିର ଘେରାମାରିବାକୁ !
ଅକୀର୍ତ୍ତିର ଘଣ୍ଟନାଦ ଶୁଣିବାକୁ,
ବୁଝିପାରିବ ବିଫଳତା ବି
କେଉଁ ପ୍ରୟାସର ଫଳ !
ନିଆଁଟା କଅଁଳ ଲାଗିବ ...
ପାଇଯିବ ପ୍ରଶଂସାର ସ୍ମାରକୀଟିଏ,
କହୁଥିବ ନିଆଁକୁ ନିନ୍ଦିଛି ବା କିଏ ?
ଛତ୍ରଗଡ଼, ଖୋର୍ଦ୍ଧା
