ଭୃଣ - ସନ୍ତୋଷ ପଟ୍ଟନାୟକ

0
ସୃଷ୍ଟିକର୍ତ୍ତାଙ୍କର କୃପାର ଆଶିଷେ
ସନ୍ତାନ ହୁଅଇ ପ୍ରାପ୍ତ
ଭୃଣଟିଏ ହୋଇ ନାରୀର ଗରଭେ
ବହୁକଷ୍ଟେ ହୁଏ ଜାତ
ଭୃଣହତ୍ୟା କରି ପାପେ ଭାଗିଦାରୀ
ହୁଅନାହିଁ ପ୍ରିୟ ଜନ
ନବଜାତ ଶିଶୁ ଦୁନିଆଁକୁ ଆସୁ
ସର୍ବେଘେନ ନିବେଦନ
ବିଶ୍ବନିୟନ୍ତାଙ୍କ ଅପୂର୍ବ ଦାନ ସେ
ଶତୃ ତ’ କାହାରି ନୂହେଁ
ମାଆବି ଦିନେ ଭୃଣ ଟିଏ ଥିଲା
ତାକୁ ତ’ ମାରିନି କିଏ
ସ୍ବାର୍ଥକୁ ତଜିକି ନିଷ୍ପତ୍ତି ଟାଳିକି
କଥାଟିକୁ ଟିକେ ଭାଳ
ଜନ୍ମିତ ଶିଶୁଟି କାଲିର ଭବିଷ୍ୟ
ଭୃଣଟି ସୃଷ୍ଟିର ମୂଳ…..



ବେଗୁନିଆପଡା଼ ବ୍ଳକ, ତିରିଡା, ଗଞ୍ଜାମ

Post a Comment

0Comments
Post a Comment (0)