ଦଗାଦିଆ ମୌସୁମୀ - ମହାଗାଲୁଆ ସନୁ

0
ଭଲ ଦଗା ଦେଲ ମୌସୁମୀ,
ନା ମୁଁ ଭଲ ରେ ପିଇ ପାରୁଛି ବିୟର କୁ ରମ,

ଖରା ରେ ଝାଳ ରେ ଭିଜୁଛି ମୋ ଶରୀର ,
ପ୍ରେମ ହେଲାଣି ଦୁର୍ବଳ ବର୍ଷା ର,

କେତେ ଆଶା କରିଥିଲୁ ଭିଜିବାକୁ,
ହେଲେ ଭିଜେଇଲା ଝାଳ ରେ ସକାଳ ବେଳକୁ

ତୁମେ ଆସୁଛ ଆସୁଛ ପାଣିପାଗ କହୁଛି
ଏପଟ ମୋ ଇଲେକ୍ଟ୍ରି ବିଲ ବହି ଜଳୁଛି,

୧୧ ବେଳେ ଅଣ୍ଡା ଭିତରେ ଅମଲେଟ ହଉଛି,
ମୌସୁମୀ ଗୋ ତୁମ କୁ ଭୋଟ ପରି ମୁଁ ଅପେକ୍ଷା କରିଛି ,

ରଜ ରେ ସଜ ମୋ ଯାଇଥିଲି ଉତୁରି,
ତୁମେ ଆସିଥିଲେ ଶୀତଳେ କରିଥାନ୍ତି ସାତ କୁ ସତୁରି ,

ଏସନ ମୁନସୁନ ରେ ପ୍ରେମ ମୋ ଗଲା ଉତୁରି,
ଯେମିତି ବିରୋଧୀ ହାରନ୍ତି ଦଳ ଯେ ଥାଏ ସରକାରୀ ।।



ଗୁଣୁପୁର, ରାୟଗଡା

Post a Comment

0Comments
Post a Comment (0)