ତୁମେ ଗଲାପରେ - ହୃଷୀକେଶ ଜାଲି

0
ଥରେ ଦେଖିିଛକି
ଆମେ କେମିତି ଅଛୁ
ଜାଣିଛକି ଆମ ଅବସ୍ଥା
ପଚାରିନ, ଜାଣିବାକୁ ଚାହିଁନ
କେତେ ଡହଳ ବିକଳ
ଗାଁ, ସାହି, ସହରର ଲୋକ ।

ଭଲ କଲ
ପଳାଇଲା
ଲେଉଟାଣି ହୋଇ ।
ଆମେ କୋଉ
ଭଲ ଲୋକ ଯେ
ତୁମେ ରହିଥାନ୍ତ
ଆମ ଦୁଃଖ ସୁଖ ପାଇଁ ।
ଆମେ ସବୁ
ଅକାଳ କୁଷ୍ମାଣ୍ଡ
ବଂଶ ବୁଡ଼ିଗଲା ବେଳେ
ଜନ୍ମ ଲଗ୍ନ ଆମ ।
ଭଲକଲ ପଳେଇଲ
ନହେଲେ କେତେ ରୋଳ
କରିଥାନ୍ତୁ,
ବରଷାରେ ଭିଜି ଭିଜି ।



ମିନିଗୁଡା, ରାୟଗଡା, ଓଡିଶା,
ଦୂରଭାଷ: ୯୪୩୭୭୪୮୪୫୬

Post a Comment

0Comments
Post a Comment (0)