ଦେହ ଆକାଶରେ ଉଦିତ ହୁଅଇ ଯଉବନ ରୂପା ଜହ୍ନ ।।
ହୃଦୟ ତନ୍ତ୍ରୀ ରେ ଝଙ୍କାରିତ ହୁଏ ମଧୂର ରାଗିଣୀ ସ୍ବର
ସ୍ଥିରିଭୁତ ଚକ୍ଷୁ ଚଳଚଞ୍ଚଳ ସଦା ହୁଏ ଢଳ ଢଳ ।।
ଚପଳଛନ୍ଦା ପାଦ ସ୍ଥିରହୁଏ କୃଶ ହୋଇଥାଏ କଟୀ
ବକ୍ଷ ଉର୍ଦ୍ଧ ମୁଖି ବିସ୍ତାରିତ ହୁଏ ଯଥା ଯମଜ ଧୃଜଟି ।।
ମନ ଛନଛନ ଆଖି ଚଞ୍ଚଳ ସତେକି ବନର ଏଣୀ
ମୁଖ ମାଧୁରୀମା ଶୋଭା ଦିଶେ ଯଥା ଶରଦ ଚାନ୍ଦେ ଚାନ୍ଦିନୀ ।।
ଅଙ୍ଗ ଲତିକା ରେ ଅଳସ ମୁଦ୍ରା ଆପେ ହୁଅଇ ଉଦ୍ରେକ
ମନ ସରସୀ ରେ ସରସତା ଭରି ଫୁଟଇ ଫୁଲ ଅନେକ ।।
କେତେ ଆଶା ଫୁଲେ ପ୍ରଷ୍ଫୁଟିତ ମନ ଖୋଜେଇ ମଧୂପ ଚୋର
ଅଜାଣତେ କେଉଁ ଅଜଣା ଭ୍ରମର ହୋଇଯାଏ ଆପଣାର ।।
ବନ ଝରଣା ର ଗତି ପରକାର ନାଚି ନାଚି ରାଜହଂସୀ
ସମାନ ଗତିରେ କରଇ ବିହାର ଆଖି ଯାଉଥାଏ ଲାଖି ।।
ବିଧାତା କିପରି ଗଢିଛି ଏପରି ଅବା ସରଗର ପରୀ
ମରତ ଭୁଇଁ କୁ ଅବତରି ଆସେ କରିବାକୁ ମନଚୋରି ।।
ମଙ୍ଗଳାଯୋଡି, ଖୋରଧା
