ଭାବି ମୁଁ..... ପାରୁନି ଆଜି,
ଯଦି ହୋଇ ଯାଏ କବିତା କି ଗୀତ
ତୋ ପାଦେ......ସଅଁପି ଦେବି।
ଜାଣେନା କାହିଁକି
ମନ ମୋ କହୁଛି
ଲେଖୁଥିବି ବସି ତୋ ଗୁଣ ହେଜି।
ସଜ ସକାଳ ର କଅଁଳ ଖରା ତୁ
ସୁଲୁ ସୁଲୁ ବାଆ ଥଣ୍ଡା ପରଶ
ଶବୁଜ ଘାସ ର କୋମଳ ପତରେ
କାକର ବିନ୍ଦୁ ତୁ କଳା ମାଣିକ
ଝଲସାଇ ଦେଇ କରୁଣା କିରଣେ
ଅଜାଡ଼ି ଦେଇଛୁ କୃପା ବାରିଧି।।
କୋଇଲି ଗାଉଛି କୁହୁକୁହୁ ଗୀତ
ପିପଳ ପତର ଝୁଲି ଝୁଲିକା
ପବନ ବାଉଛି ପତର ବାଜୁଛି
ପଖାଉଜ ତାଳେ ରହି ରହିକା
ଧନ୍ୟ ଗୀତିକାର ସୃଜିଲୁ ଅପାର
ଯହିଁ ଲୋଡ଼ା ଯାହା ଦେଇଛୁ ଖଞ୍ଜି।।
ଫୁଲେ ଫୁଲେ ରଙ୍ଗ ନଦୀ କୁ ତରଙ୍ଗ
ତରଙ୍ଗେ ଭରିଛ ରୋମାଂଚ ନେଇ
ପରଜାପତି ର ଡେଣାରେ ଡେଣାରେ
ଯତନେ ଭରିଛ ରଙ୍ଗ ସଜେଇ
ଶିଖିପୁଚ୍ଛ ରଙ୍ଗେ ରଙ୍ଗି ରଙ୍ଗାଧର
ଚୁଡା ର ଶିଖରେ ଦେଇଛୁ ଖଞ୍ଜି।।
ଲେଖୁଥାଏ ବସି ତୁମ ଗୁଣ ରାଶି
ଏତିକି କରୁଣା କର ଠାକୁର
ଜୀଵ ଯିବା ଯାଏ ଥାଉ ତୁମ ନାମ
ତୁଣ୍ଡ ରେ ମୋହର ହେ ନିରାକାର
ଢଳି ଯିବା ବେଳେ ତୋଳି ନେବ କି ହେ
ମାଗୁଣି ଏତିକି ରହିଲା ଆଜି।।
ସୂର୍ଯ୍ୟମଣି ଭିଲ୍ଲା, ଜଗନ୍ନାଥ ଛକ,
ମୁରାଭଟ୍ଟ ରୋଡ, ହେମୁନଗର, ବିଳାସପୁର
