ନିଦାଘ ସୁଝାଏ ରାଗ
ଜ୍ୟେଷ୍ଠ ରେ ବହୁଛି ବୈଶାଖୀ ପବନ
ବଦଳି ଯାଉଛି ପାଗ ।।
କେବେ ଦେଖାଉଛ କମନୀୟ ରୂପ
ଶୀତଳ ପରସ ଦେଇ
ପୁଣି ଲୁଚିଯାଅ ଦିଗବଳୟ ପଛେ
ସୁନ୍ଦର ମୁହଁ ଲୁଚାଇ ।।
କଥା ଦେଇଥିଲ ଆସିବ ବୋଲି ହେ
ହସ୍ତେ ବାରି ଧାରା ଧରି
ହୃଦୟ ତୁମର ସତେକି ନିର୍ଦ୍ଦୟ
ଚାଲିଗଲ ପଛ କରି ।।
ଚାଲିଗଲ କିବା ଘନ ତିମିର କୁ
ଛାଡି ମୋତେ ନିଦାଘରେ
ଝୁରୁଛି ଧରିତ୍ରୀ ସଢ଼ୁଛି ପ୍ରକୃତି
ଚଷା ପୁଅ ତୋତେ ଝୁରେ ।।
ଆସ ଗୋ ମୌସୁମୀ ଚୁମି ଦେଇଯାଅ
ଦୂର କରି ଅଭିମାନ
ଦୂରେ ଚାଲିଯାଉ ତପନ ର ଦାଉ
ଫେଡ ବାରେ ଏ କଷଣ ।।
ସା/ପୋ- ଚକାପଦା, ବେଗୁନିଆ, ଖୋର୍ଦ୍ଧା,
ଦୂରଭାଷ: ୯୧୭୮୪୭୫୪୩୭
