
ଆହେ ପ୍ରଭୁ ତୁମେ ବଳିଆର ଭୂଜ
ଜଗତ ଜଗତ ନାଥ,
ତୁମରି ଆଶିଷେ ତୁମରି ଆଦେଶେ
ସୂର୍ଯ୍ୟ,ଚନ୍ଦ୍ର ଆତଯାତ.
ରଥ ଯାତରାରେ ଭକ୍ତ ଦରଶନେ
ପୁରି ଉଠେ ବଡ ଦାଣ୍ତ,
ତୁମେ ତ କାଳିଆ ବଡ ଦଗାଦିଆ
ପାଳୁଛ ବିଶ୍ୱ ବ୍ରହ୍ମାଣ୍ତ.
ବଡ ଦେଉଳର ବଡ ସିଂହାସନେ
ବଡ ବଡ ଆଖି ଧରି,
ଅନ୍ୟାୟକୁ ତୁମେ ଦମନ କରିଛ
ନାନା ରୂପେ ଅବତରି.
ଆଗେ ବଡ ଭାଇ ମଝିରେ ଭଉଣୀ
ପଛରେ କାଳିଆ ନିଜେ,
ଚରାଚର ସ୍ରୁଷ୍ଟି ପାରିବନି ତିଷ୍ଠି
ତୁମରି ନାମକୁ ଭଜେ.
ତୁମରି ନାମରେ ଜଗତରେ ଖ୍ୟାତ
ଶିରୀକ୍ଷେତର କଳିଙ୍ଗ,
ସବୁ ଦିଗେ ଶୁଭେ ଜୟ ଜୟାକାର
ମାଡ୍ରାସଠୁ ନେଇ ବଙ୍ଗ.
ସେ ମହାପ୍ରସାଦ ହରାଏ ବିଷାଦ
ଭୁଲାଏ ଜାତି ଓ ଭେଦ,
ଚାରିଦିଗେ ଶୁଭେ ତୁମରି ପ୍ରଂଶସା
ତୁମରି ଜୟ ଶବଦ.
