ତୁମେ ମୁକ୍ତ ଏବେ
ଆକାଶର ପକ୍ଷୀ ପରି,
ନିଶ୍ୱାସ ରୁ ନିଷ୍ପତ୍ତି ଯାଏଁ,
ବନ୍ଦୀ ହେବାର ବିଶ୍ୱାସରେ
ନା କେବେ ରହିଲ ତୁମେ,
ନା ଗୁମୁରିଲ ତୁମେ?
ମୋ ପ୍ରେମର ଅଧିକୃତ ଇଲାକାରେ ।

ଦୂର ଦିଗ୍ ବଳୟରେ ଏବେ
ସଞ୍ଜ ଆଗରୁ ଶୀତର ଅଧିବେଶନ,
ତୁମ ଅପେକ୍ଷାରେ ହୁଏତ
ମୃତ୍ୟୁ କୁ ହୁଏନି ମରଣ,
ଆତ୍ମାର ନିତି ଅଭିଷେକ ହୁଏ
ସଂକଳ୍ପରେ କେବଳ ତୁମ ନାମ ।

ଥାଉ କହି ଥୋଇଦେବା
ନେ କହି ନଦିଦେବା ଭିତରେ,
ତୁମେ ସମର୍ପିଦେଲ କିଛି ଯନ୍ତ୍ରଣା,
ନେଵାର ନା ଭିତରେ ମୁଁ କିନ୍ତୁ,
ଆଦରିଛି ନେଇଛି କିଛି ଶୂନ୍ୟତା ।

ତୁମେ ଗଲାପରେ
ସବୁକିଛି ସରିଗଲା,
ଫୁଲ ମଉଳିଗଲା
ରଙ୍ଗ ସରିଗଲା,
ଜହ୍ନ ଲୁଚିଗଲା
ବାସ୍ ଏତିକି.........।

ଆଗକୁ ଯଦି କେ ଦେଖିଛି ମୋତେ
ଶବ ର ସନ୍ଧାନରୁ
ସ୍ମଶାନ ର ପାଉଁସରୁ,
କେବଳ କହିଛି ପଦେ
ଇସ୍ ସେ ଚାଲିଗଲା?


ରଚନା : ସୀମାଞ୍ଚଳ ରଣା

ଠିକଣା : ବାଙ୍ଗାଲୋର,  ଦୂରଭାଷ :