ପିତା ମାତା ଦୁହେଁ   ଗଢିଲେ ସଂସାର
     ପୁଅ ଓ ଝିଅକୁ ନେଇ
ସୁଖି ପରିବାର   ସୁସ୍ଥ ପରିବେଶ
     ଗଢିଲେ ବାପା ମା' ସେଇ  ।

ହସହସ ମୁଖ   ପିତା ମାତାଙ୍କର
      ସଭିଙ୍କ ପ୍ରତି ଆଦର
ଗ୍ରାମ ମଧ୍ଯେ ସେହି   ପରିବାରଟିକୁ
     କରିଲେ ସର୍ବେ ଆଦର  ।

ଗର୍ବ ଅହଂକାର   ନ ଥିଲା ମନରେ
        ଉଭୟ ଦମ୍ପତିଙ୍କର
ସକାଳ ପ୍ରହରୁ   ସଞ୍ଜ ହେବା ଯାଏଁ
      ବସନ୍ତି ଚୌକି ଉପର  ।

ସ୍ନେହ ମମତାରେ   ବାନ୍ଧି ରଖିଥାନ୍ତି
        ଗ୍ରାମର ନରନାରୀଙ୍କୁ
ମାଲି ମୋକଦମା   କଳି ଝଗଡାରେ
       ଦିଅନ୍ତି ନ୍ଯାୟ ସଭିଙ୍କୁ  ।

ପୁଅ ଝିଅ ତାଙ୍କ   ବାପାମା ଆଦର୍ଶେ
        ଗଢାବି ହୋଇଥାଆନ୍ତି
ପରିବାର ଭଳି   ଦେବାକୁ ଯେ ନ୍ଯାୟ
        ତିଳେମାତ୍ର ନ ପଛାନ୍ତି  ।

ମାତା ଇନ୍ଦୁମତୀ   ଅତି ଦୟାବତୀ
        ନିଜ ହାତେ ରାନ୍ଧି ଅନ୍ନ
ଦୁଃଖୀ ରଙ୍କି ପାଇଁ   ନିତି ଖଟୁଥାନ୍ତି
       ଦେବାକୁ ଭୁରି ଭୋଜନ  ।

ପରିବାର ମଧ୍ଯେ   ନଥିଲା କଳହ
     ମମତାରେ ଥିଲା ଭରି
ଗ୍ରାମବାସୀ ମଧ୍ଯେ   ଆଲୋଚନା ହେଲା
        ସଭିଏଁ ଭାବିଲେ ହରି  ।

ଗ୍ରାମ ମଧ୍ଯେ ଏହି   ପରିବାର ଆମ
       ପାଇଁ ଅଟେ ଭଗବାନ
ଯାହା ପାଇଁ ଆମ   ଗ୍ରାମ ହେଲା ଧନ୍ଯ
      ଭୁଲିବନି ଏ ଜୀବନ  ।

ପଞ୍ଚାୟତ ବସି   ନିଷ୍ପତ୍ତି ହୋଇଲା
      ଦେବା ପାଇଁ ପୁରସ୍କାର
ତାଲିକାରେ ନାମ   ଦରଦ ହୋଇଲା
       ଇନ୍ଦୁମତୀ ପରିବାର  ।

ଘୋଷଣା କରିଲେ   ସହାୟତା ରାଶି
      ସରକାର ତ ଆମ୍ଭର
ପାଇ ପୁରସ୍କାର   କଲେ ନମସ୍କାର
        ସେ ଆଦର୍ଶ ପରିବାର  ।।

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦