କବିତା - ଭାଗବତ ନାମ ଥାଉ ତୁଣ୍ଡରେ - ଘନଶ୍ୟାମ ସାହୁ

0

ପୁଣ୍ୟ ମହାନଦୀ କୂଳରେ
ଲୀଳା କରୁଥିଲେ ଭକ୍ତ ମେଳରେ
ବାବାକଇଁଫୁଲ ଏକି ମାୟା କଲେ
ବୁଡିଗଲେ ସର୍ବେ ଭାବ ଜଳରେ ।।୦।
ବେଲପୁଞ୍ଜି ନାମେ ଆଶ୍ରମ
ବାବାଙ୍କର ସେ ଦିବ୍ୟ ଧାମ
ମୁଖାମୃତ ବାଣୀ ଏବେବି ଗୁଞ୍ଜରେ
ଗୁରୁ ପ୍ରତିଛବି ନାଚେ ମନରେ ।।୧।
ବାଜୁଅଛି ଖଞ୍ଜଣି ଗିନି
ମୃଦଙ୍ଗ ବାଜେ ତା ଧିନି ଧିନି
ଭାଗବତ ସୁଧା ରସ କର ପାନ
ଚିତ୍ତ ଦିଅ ବିଭୁ ପାଦପଦ୍ମ ରେ।।୨।
ଆସ ଆସ ଭଉଣୀ ଭାଇ
କଇଁଁଫୁଲ ବାବାଙ୍କୁ ଧ୍ଯାୟୀ
ଦେଇ ହରିବୋଲ ଦେଇ ହୁଳହୁଳି
ମଜ୍ଜି ମଜ୍ଜାଇବା ନାମ ପ୍ରେମରେ ।।୩।
ଗୁରୁ ବ୍ରହ୍ମା ବିଷ୍ଣୁ ମହେଶ
ଗୁରୁଦେବ ଦିଅ ଆଶିଷ
ଏ ଭବ ସାଗରୁ ହେଳେ ହେବୁ ପାରି
ଭାଗବତ ନାମ ଥାଉ ତୁଣ୍ଡରେ ।।୪।
**********ଘନଶ୍ୟାମ ସାହୁ**********
ସହ-ସମ୍ପାଦକ -- ତ୍ରିଧାରା ସାହିତ୍ୟ ସଂସଦ,ବଇଣ୍ଡା
ଜିଲ୍ଲା --- ଅନୁଗୋଳ
ମୋବାଇଲ ନମ୍ବର--- ୭୯୭୮୦୫୭୬୯୫


ରଚନା : ଘନଶ୍ୟାମ ସାହୁ

ଠିକଣା : ବ ଇଣ୍ଡା, ପୋ:ଅ:କିଶୋରଗଞ୍ଜ, ଜିଲ୍ଲା ଅନୁଗୋଳ,  ଦୂରଭାଷ : ୭୯୭୮୦୫୭୬୯୫

Post a Comment

0Comments
Post a Comment (0)