
ଯୋଉ ଈଶ୍ୱର କେବେବି
ଥରେ ପାଖକୁ ଆସେନି
ପୋଛିଦିଏନି ଆଖି ଲୁହ
ଆଜିବି ରହଶ୍ୟ ମୟ
ଯାହାର ରଙ୍ଗ ରୂପ ଅସ୍ତିତ୍ୱ
ଆଉ କାର୍ଯ୍ୟ କଳାପ
ତୁମେ ତାକୁ ନେଇ
ମନେ ମନେ ଆଙ୍କିଛ
ନୂଆ ନୂଆ ଛବି
ତା' ପାଇଁ ବନେଇଛ
ନୂଆ ନୂଆ ଘର
ଉଚ୍ଚ ନୀଚ୍ଚ ର ଭେଦ ଭାବ କରି
ଢାଳି ଚାଲିଛ
ସମ୍ପ୍ରଦାୟର ନିରୋଳା ଜହର ।
ଗଡାଇଛ ମୁଣ୍ଡ ଚିରିଛ କେତେ
ଅସହାୟ ନାରୀର ଦେହ କପଡାକୁ
ଝୁଣି ଖାଇଛ ତା କଞ୍ଚା ମାଉଁସ
ରକ୍ତଭିଜା ଦେହଟା ଉପରେ
ତୁମେ ଜାହିର କରିଛ ତୁମ ପୁରୁଷତ୍ୱ
ଖାଲି ସେତିକି ନୁହେଁ
କେତେ ଦେହ ମନ ଜୀବନରେ
ଲଗେଇଛ ନିଆଁ
ଉଜାଡି ଦେଇଛ କେତେ
ହସିଲା ସଂସାର ।
ଏତେ ସବୁ କଲା ପରେ ତୁମ ଈଶ୍ୱର
କେବେ ତୁମ ପାଖକୁ ଆସିଛି କି ?
ଦେଇଛି କି ଇନାମ
ନାଁ ଏ ଆକାଶର ଶୁନ୍ୟତା ଭଳି
ଏ ଈଶ୍ୱର ଶବ୍ଦଟାବି ପୁରା ସୁନସାନ
ମନର ଭୟ ଭୟର ଭ୍ରମ
ଭ୍ରମରୁ ଅନେକଅସମ୍ପୂର୍ଣ୍ଣ ସାରାନ୍ସ
ଆଉ ନିର୍ଜୀବ ଅବାସ୍ତବର ଗୋଟେ
ମିଛ ଶବ୍ଦ ପାଖରେ
ଏ ମଣିଷ ପରାଧୀନ ।
ଲିଭାଇଦିଅ ମନରୁ ଏ ଧର୍ମ ସମ୍ପ୍ରଦାୟ
ଜାତି ଅଜାତିର ମିଛ ଅହମିକା
ଦୁଇ ଗୋଡ଼ିଆ ଜନ୍ତୁଟା
ଭୁଲିନଯାଉ ମାନବିକତା
ଭଲପାଇବା ଶ୍ରଦ୍ଧା ପ୍ରେମ ବିଶ୍ୱାସ
ସବୁ ଫେରି ଆସୁ ସେ ମିଛ ଦିଅଁ ଦେବତାଙ୍କ ପାଖରୁ
ସବୁ କିଛି ଭରିଯାଉ ପ୍ରତିଟି ହୃଦୟରେ
ଝରିଯାଉ ତ୍ୟାଗ ଆଉ
ସାହାଯ୍ୟ ହୋଇ
ଯେତେ ସବୁ ମଣିଷ ପାଖରେ ।